BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କିମ୍‌ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ

ଭୁବନେଶ୍ୱର : କିଡନୀ (ବୃକ୍‍କ) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିଡନୀ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଦ୍ୱାରା ରୋଗ ବୃଦ୍ଧି ପାଇଥାଏ। ସାଂପ୍ରତିକି ପରିସ୍ଥିତିରେ ବଢୁଥିବା କିଡ଼ନୀ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖରେ ବିଶ୍ୱବ୍ୟାପୀ କିଡନୀ ଦିବସ ପାଳନ କରାଯାଏ। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସସେସ୍ (କିମ୍‌ସ-ଭୁବନେଶ୍ୱର) ପକ୍ଷରୁ ମଧ୍ୟ ଆଜି ବିଶ୍ୱ କିଡ୍‍ନୀ ଦିବସ ପାଳିତ ହୋଇଥିବା ବେଳେ ସକାଳେ କିମ୍‍ସ ପକ୍ଷରୁ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ୪ ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଡାକ୍ତର, ପ୍ରଫେସର ଏବଂ ହସ୍ପିଟାଲ କର୍ମଚାରୀ ସାମିଲ ହୋଇଥିଲେ। ଅପରାହ୍ନରେ ଏ ନେଇ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ କିମ୍‌ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରି କହିଲେ, କରୋନା ମହାମାରୀ ସମୟରେ କିଡନୀ ରୋଗୀମାନେ ଚିକିତ୍ସା ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାହାକୁ ଦୃଷ୍ଟିରେ ରଖି ବିଶ୍ୱ କିଡନୀ ଯୁଗ୍ମ ପରିଚାଳନା କିମିଟି ବିଶ୍ୱ କିଡନୀ ଦିବସ ୨୦୨୩ର ବିଷୟ ବସ୍ତୁ ‘କିଡନୀ ହେଲଥ୍ ଫର୍ ଅଲ- ପ୍ରିପେୟାରିଙ୍ଗ ଫର ଦ ଅନଏକ୍ସପେକ୍ଟେଡ୍‌, ସପୋର୍ଟିଂ ଦ ଭଲନରେବଲ’ ଉପରେ ଡା. ମହାନ୍ତି ଆଲୋକପାତ କରିଥିଲେ।
କିମ୍‍ସ-ଭୁବନେଶ୍ୱର ନେଫ୍ରାଲୋଜି ବିଭାଗ ମୁଖ୍ୟ ଡା. ନିକୁଞ୍ଜ କିଶୋର ରାଉତ କହିଲେ, ଦିନକୁ ଦିନ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅନେକ ଅଣସଂକ୍ରାମକ ରୋଗ ଓ କିଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିଡନୀ ଜନିତ ରୋଗରୁ ବଞ୍ଚିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବା ଆବଶ୍ୟକ। କୋଭିଡ ସମୟରେ ତାଲିମ୍ ପ୍ରାପ୍ତ ଡାକ୍ତର ଏବଂ ଅତ୍ୟାଧୁନିକ ଯନ୍ତ୍ରପାତିରେ ଯେଉଁ ଚିକିତ୍ସା ସୁବିଧା ମିଳିବା କଥା ସେଥିରୁ କରୋନା ରୋଗୀମାନେ ବଞ୍ଚିତ ହୋଇଥିଲେ। ତେଣୁ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଡନୀ ରୋଗୀଙ୍କୁ ଅସୁରକ୍ଷିତ ଗୋଷ୍ଠୀ ଭାବେ ଅନ୍ତର୍ଭୁକ୍ତ କରାଯିବା ପାଇଁ ବିପର୍ଯ୍ୟୟ ତଥା ସ୍ୱାସ୍ଥ୍ୟସେବା ପରିଚାଳନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କିମ୍‌ସ ନେଫ୍ରୋଲୋଜି ବିଭାଗ ପ୍ରଫେସର ଏମେରିଟସ୍ ଡା. ଏସ. ସି ଦାଶ, ଡା. ଏସ.ବି. ରାଉତ, ନେଫ୍ରେଲୋଜି ପରାମର୍ଶଦାତା ଡା. ଏ.ପି. ପଟ୍ଟନାୟକ, ଏମ୍‌ସ ଭୁବନେଶ୍ୱର ନେଫ୍ରୋଲୋଜି ବିଭାଗ ବିଭାଗୀୟ ମୁଖ୍ୟ ଡା. ସନ୍ଦୀପ ପଣ୍ଡା, ଏସ୍‌ସିବି କଟକ ନେଫ୍ରୋଲୋଜି ବିଭାଗ ବିଭାଗୀୟ ମୁଖ୍ୟ ଡ. ଅରୁଣା ଆଚାର୍ଯ୍ୟଙ୍କ ସମେତ କିମ୍‌ସ-ଭୁବନେଶ୍ୱର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଆର.ସି. ଦାସ, ଭାଇସ ପ୍ରିନ୍ସିପାଲ ପ୍ରଫେସର ଡା. ସୁଭ୍ରାଂଶୁ ପାତ୍ର, ମେଡିସନ୍ ବିଭାଗ ପ୍ରପେସର ଲାଲାଟେନ୍ଦୁ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।