BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କିଟ୍ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନାଗରିକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଆମେରିକା, ବ୍ରିଟେନ, ଜର୍ମାନୀ, ୟୁକ୍ରେନ୍‌, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲ୍‌ଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଭଳି ୨୦ ଦେଶର ସାଂସଦ, ଶିକ୍ଷାବିତ୍‌ଙ୍କ ସମେତ ୫ଟି ଦେଶର କୂଟନୀତିଜ୍ଞଙ୍କୁ ମଧ୍ୟ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ ଗତ ଦୁଇ ଦିନ ଧରି କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ସମ୍ମାନଜନକ ୟୁଥ୍‌-୨୦ ପରାମର୍ଶ କର୍ମଶାଳା ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୨୦ ଦେଶର ୨୧ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ସମସ୍ତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତକରି ବସୁଧୈବ କୁଟୁମ୍ବକମ୍‌ ଉପରେ ଗୁରୁତ୍ୱ ଦେଇଥିଲେ। ଏପରିକି ରାଜ୍ୟପାଳ କହିଥିଲେ, ସମାଜରେ ଶାନ୍ତି, ସମୃଦ୍ଧି ଓ ସାମ୍ୟତା ବଜାୟ ରଖିବା ପାଇଁ ଜି-୨୦ ଅଧୀନରେ ୟୁଥ୍‌-୨୦ କର୍ମଶାଳା ଅତ୍ୟନ୍ତ ତାପର୍ଯ୍ୟପୂର୍ଣ୍ଣ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧି କିଟ୍‌ ଓ କିସ୍‌ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରି କିଟ୍‌ ଓ କିସ୍‌ ପରିଦର୍ଶନକରି ସେମାନେ ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଏହା ସହ କିଟ୍‌ ପକ୍ଷରୁ ତାଙ୍କୁ ମିଳିଥିବା ଆତିଥେୟତାରେ ସେମାନେ ଅଭିଭୂତ ବୋଲି କହିଥିଲେ। ଓଡ଼ିଶାର ଲୋକମାନେ ଅତ୍ୟନ୍ତ ଭଲ ଓ ଅତିଥି ପରାୟଣ ବୋଲି ପ୍ରତିନିଧିମାନେ ମତ ଦେବା ସହ ସେମାନଙ୍କ ଓଡ଼ିଶା ଗସ୍ତ କେବେ ବି ଭୁଲିପାରିବେ ନାହିଁ ମତପ୍ରକାଶ କରିଥିଲେ।
ଏ ସମ୍ପର୍କରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ, ତାଙ୍କ ଅନୁରୋଧ ରକ୍ଷାକରି ୨୦ ଦେଶର ସାଂସଦ, କୂଟନୀତିଜ୍ଞ ଓ ବିଶିଷ୍ଟ ଶିକ୍ଷାବିତ୍‌ମାନେ ଏଠାକୁ ଆସିଥିବାରୁ ଏହା ଉଭୟ କିଟ୍‌ ତଥା ଓଡ଼ିଶା ପାଇଁ ଗୌରବର ବିଷୟ। ସେଥିପାଇଁ ସେ କର୍ମଶାଳାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଥିଲେ।