BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଅପ୍ରେଲ୍‍ ୧୪ରୁ କିଟରେ ଦୁଇ ଦିନିଆ Y-20 କନ୍‍ସଲଟେଟିଭ୍‍ ସମ୍ମିଳନୀ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ ଅପ୍ରେଲ୍‍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଆୟୋଜନ କରୁଛି। ଏହି ସମ୍ମିଳନୀ ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚାରେ ଅନ୍ତର୍ଭୁକ୍ତ। ଏହି ଦୁଇ ଦିନିଆ ସମ୍ମିଳନୀରେ ୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱ ଯୋଗ ଦେଉଥିବାବେଳେ ଭାରତୀୟ ସାଂସଦ ଓ ମନ୍ତ୍ରୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଜାତୀୟସ୍ତରର ବକ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଚଳିତବର୍ଷ ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଜି-୨୦ ଦେଶଗୁଡ଼ିକର ବିଭିନ୍ନ ସମସ୍ୟା ଚିହ୍ନଟ, ଆଲୋଚନା ଏବଂ ଜି-୨୦ ଶିଖର ସମ୍ମିଳନୀରେ ଏହିସବୁ ସମସ୍ୟାର ସମାଧାନ ନିମନ୍ତେ ଏକ ଢାଞ୍ଚା ପ୍ରସ୍ତୁତି କରିବା ଦିଗରେ ଯୁବବର୍ଗଙ୍କୁ ସଶକ୍ତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ୟୁଥ-୨୦ ସମ୍ମିଳନୀ ଆୟୋଜନ କରିବା ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ୟୁଥ-୨୦ର ବିଭିନ୍ନ କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ ଦେଶର ୨ଶହରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟ ୧୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ କରିବ। ଏହି କାର୍ଯ୍ୟକ୍ରମର ନିଷ୍କର୍ସ ୟୁଥ-୨୦ ସମ୍ମିଳନୀରେ ବିନିମୟ କରାଯିବ। ୟୁଥ-୨୦ର ବିଷୟବସ୍ତୁ ରହିଛି- ‘ଯୁବସମାଜ ଗଠନ: ହାନିକାରକ ପ୍ରଯୁକ୍ତି ବିଦ୍ୟା ଜରିଆରେ ଏକ ସ୍ଥାୟୀ, ସ୍ଥିର ଓ ଶାନ୍ତି-କାମୀ କର୍ମଜୀବି ଯୁବସମାଜର ସଂରଚନା’। ଏହି ସମ୍ମିଳନୀରେ ୬ଟି ପ୍ୟାନେଲ୍‍ ଆଲୋଚନା ହେବାକୁ ଥିବାବେଳେ ବିଶ୍ୱର ବିଭିନ୍ନ କ୍ଷେତ୍ରରୁ ୪୮ଜଣ ଯୁବ ପ୍ରତିଭା ଏଥିରେ ବକ୍ତା ଭାବେ ଯୋଗଦେବେ। ସୂଚନାଯୋଗ୍ୟ, ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିଟ୍‍ ଭାରତର ଶ୍ରେଷ୍ଠ ବହୁମୁଖୀ ଶିକ୍ଷାନୁଷ୍ଠାନ ମଧ୍ୟରେ ଅନ୍ୟତମ। ଏଠାରେ ଦେଶ ଓ ବିଦେଶର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାଲାଭ କରୁଛନ୍ତି। ଏଭଳି ଏକ ସମ୍ମାନଜନକ ସମ୍ମିଳନୀ ଆୟୋଜନ କରିବା କିଟ୍‍ ପାଇଁ ଗୌରବର ବିଷୟ ହୋଇଥିବା ବେଳେ ଏହି ସମ୍ମିଳନୀ ଦ୍ୱାରା କିଟ୍‍ ଛାତ୍ରଛାତ୍ରୀଙ୍କ ସମେତ ଓଡ଼ିଶାର ଯୁବଗୋଷ୍ଠୀ ଉପକୃତ ହୋଇପାରିବେ ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହା ସହିତ ଅପ୍ରେଲ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି କିଟ୍‍ ପକ୍ଷରୁ ସିଭିଲ୍‍-୨୦ ଆୟୋଜନ କରାଯାଉଥିବା ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି।