BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କିଟ୍‍ ପକ୍ଷରୁ ପଟିଆରେ ନିଯୁକ୍ତି ମେଳା

ଭୁବନେଶ୍ୱର, ୧୮ ।୩: ପଟିଆ ଗ୍ରାମ ମଙ୍ଗଳ ସମିତି ଆନୁକୂଲ୍ୟରେ ପଟିଆ ଗାଁରେ ଅନୁଷ୍ଠିତ ନିଯୁକ୍ତି ମେଳାରେ କିଟ୍‍ ପକ୍ଷରୁ ୧୨୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଶନିବାର ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଟିଆ ଗାଁର ୧୨୫ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ କହିଥିଲେ, କିଟ୍‍ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ସେଥିପାଇଁ ପଟିଆବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଆସିଛି। ଆମେ ସବୁବେଳେ ପଟିଆ ଓ ପଟିଆବାସୀଙ୍କୁ ନେଇ ଗର୍ବ ଅନୁଭବ କରିଥାଉ । ପଟିଆର କିଛି ଯୁବକ ଯୁବତୀଙ୍କୁ କିଟ୍‍ରେ ନିଯୁକ୍ତି ଦେବା ପାଇଁ ପଟିଆ ଗ୍ରାମ ମଙ୍ଗଳ ସମିତି ପକ୍ଷରୁ ଅନୁରୋଧ କରାଯାଇଥିଲା। ଗ୍ରାମ ମଙ୍ଗଳ ସମିତିର ଅନୁରୋଧ କ୍ରମେ କିଟ୍‍ ଆଜି ପଟିଆ ଗ୍ରାମର ୧୨୫ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛି । ପୂର୍ବରୁ କିଟ୍‍, କିସ୍‍ ଓ କିମ୍‍ସରେ ପଟିଆ ଗ୍ରାମର ୨ଶହରୁ ଊର୍ଦ୍ଧ୍ୱ ପିଲା ଚାକିରି କରୁଥିବା ବେଳେ ଆଜି ଆଉ ୧୨୫ଜଣ ନିଯୁକ୍ତି ପାଇବା ପରେ ପଟିଆ ଗ୍ରାମର ମୋଟ ୩୨୫ ଜଣ କିଟ୍‍ରେ ନିଯୁକ୍ତି ପାଇଲେ। ଗୋଟିଏ ଗାଁରୁ ଗୋଟିଏ ଅନୁଷ୍ଠାନରେ ଏତେ ସଂଖ୍ୟକ ପିଲା କୌଣସି ଗୋଟିଏ ଅନୁଷ୍ଠାନରେ ନିଯୁକ୍ତି ପାଇବା ଏକ ରେକର୍ଡ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଟିଆ ଗ୍ରାମ ମଙ୍ଗଳ ସମିତିର ପରାମର୍ଶଦାତା ତଥା ଆଞ୍ଚଳିକ ଶାନ୍ତି କମିଟିର ସଭାପତି ନୃସିଂହ ରାଉତ, ୩ ନମ୍ବର ୱାର୍ଡର କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା, ଗ୍ରାମ ମଙ୍ଗଳ ସମିତିର ସମ୍ପାଦକ ସନ୍ତୋଷ ପରିଡ଼ା, ସଭାପତି ଚିତ୍ତ ରଞ୍ଜନ ପାତ୍ର, ଅଡ଼ିଟର ଅମୂଲ୍ୟ କୁମାର ଜେନା, ବରିଷ୍ଠ ସଭ୍ୟ ବିଷ୍ଣୁ ଚରଣ ପାତ୍ର କିଟ୍‍ ତଥା ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କିଟ୍‍ର ପାଇଁ ପଟିଆ ଗ୍ରାମବାସୀ ଆଜି ଗର୍ବିତ ବୋଲି ସେମାନେ ମତ ପ୍ରକାଶ କରିଥିଲେ।