BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଇନୋଭେସନ୍‍ ରାଙ୍କିଙ୍ଗ ୨୦୨୧ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଲା କିଟ୍‍

ଭୁବନେଶ୍ୱର : ଗବେଷଣା ଓ ସର୍ଜନା କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଅଟଳ ରାଙ୍କିଙ୍ଗ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ ଅନ୍‍ ଇନୋଭେସନ୍‍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ବୁଧବାର ପ୍ରକାଶିତ ଏଆରଆଇଆଇଏ-୨୦୨୧ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଛି । ଆଜି ନୂଆଦିଲ୍ଲୀଠାରେ ଭର୍ଚୁଆଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁଭାସ ସରକାର ଫଳାଫଳ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ, ଉପାଧ୍ୟକ୍ଷ ଡ. ଏମ୍‍. ପି. ପୁନିଆ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ରାକେଶ ରଞ୍ଜନ ଉପସ୍ଥିତ ଥିଲେ। ଏହି ରାଙ୍କିଙ୍ଗର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଚଣ୍ଡିଗଡ଼ର ଚିତକାରା ବିଶ୍ୱବିଦ୍ୟାଳୟ ଓ ପଞ୍ଜାବର ଲଭଲୀ ପ୍ରଫେସନାଲ୍‍ ବିଶ୍ୱବିଦ୍ୟାଳୟ ରହିଛନ୍ତି। ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଓ ଅଧ୍ୟାପକମାନଙ୍କ ମଧ୍ୟରେ ସର୍ଜନା ଓ ଔଦ୍ୟୋଗିକ ବିକାଶ ସମ୍ପର୍କିତ ମାନଦଣ୍ଡକୁ ଭିତ୍ତିକରି ଭାରତ ସରକାର ଏହି ର‌୍ୟାଙ୍କିଂ ପ୍ରଦାନ କରିଥାନ୍ତି। ସୂଚନାଯୋଗ୍ୟ, ଏହି ରାଙ୍କିଙ୍ଗରେ ୨୦୨୦ରେ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିଲା। କିଟ୍‍ ସର୍ବଦା ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଗବେଷଣା ଓ ଔଦ୍ୟୋଗିକ କେନ୍ଦ୍ର, ଅତ୍ୟାଧୁନିକ ପରୀକ୍ଷାଗାର, ଉତ୍କର୍ଷତା କେନ୍ଦ୍ର, ଶିଳ୍ପ ଓ ଆନ୍ତର୍ଜାତିକ ଅନୁଷ୍ଠାନ ସହ ସହବନ୍ଧନ ଓ ସହଭାଗିତା ଯେଗୁଁ ଏହି ରାଙ୍କିଙ୍ଗରେ କିଟ୍‍ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନରେ ରହିଛି। ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍‍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ସେମାନଙ୍କ ଅଧ୍ୟବସାୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଲଗାତାର ଦ୍ୱତୀୟବର୍ଷ ପାଇଁ ଶ୍ରେଷ୍ଠତ୍ୱ ବଜାୟ ରଖିବା କିଟ୍‍ର ସର୍ଜନା ଓ ଗବେଷଣାର ଉତ୍କର୍ଷତା ପ୍ରତିପାଦିତ ହୋଇଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।