BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରଥମ ମହିଳା କୁଳପତି

ଭୁବନେଶ୍ୱର,୨୪ ।୧୨: କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସସ୍ମିତାରାଣୀ ସାମନ୍ତ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଯିବା ପରେ କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପ୍ରଫେସର ସସ୍ମିତା ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ପ୍ରଫେସର ସାମନ୍ତ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବଠାରୁ ଆରମ୍ଭ କରି ଉପକୂଳପତି ପର୍ଯ୍ୟନ୍ତ ଦୀର୍ଘ ୨୬ ବର୍ଷ ଧରି କିଟ୍‍ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି । ଆଜି ପ୍ରଫେସର ମହାନ୍ତିଙ୍କଠାରୁ ପ୍ରଫେସର ସାମନ୍ତ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶିକ୍ଷାଦାନ ଓ ପ୍ରଶାସନ କ୍ଷେତ୍ରରେ ତାଙ୍କର ଦୀର୍ଘ୨୫ବର୍ଷର ଅଭିଜ୍ଞତା ରହିଛି । ପ୍ରଫେସର ସାମନ୍ତ ବ୍ରିଟେନର ରୟାଲ୍‍ ସୋସାଇଟି ଅଫ୍‍ ଆର୍ଟସ୍‍ (ଏଫଆରଏସ୍‍ଏ, ୟୁକେ) ଏବଂ କମ୍ପ୍ୟୁଟର ସୋସାଇଟି ଅଫ୍‍ ଇଣ୍ଡିଆ (ଏଫ୍‍ସିଏସ୍‍ଆଇ, ଇଣ୍ଡିଆର) ଫେଲୋ ରହିଆସିଛନ୍ତି । କୁଳପତି ଚୟନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପ୍ରତିଷ୍ଠିତ ଶିକ୍ଷାବିତ୍‍, ଜାତୀୟ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ୟୁଜିସି ପକ୍ଷରୁ ଜଣେ ସଦସ୍ୟଙ୍କୁ ନେଇ ଏକ ୩ ଜଣିଆ ଚୟନ କମିଟି ଗଠନ କରିଥିଲେ । ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରଫେସର ସାମନ୍ତଙ୍କ ସମେତ ଚୟନ କମିଟି ୧୩ଜଣଙ୍କ ସାକ୍ଷାତକାର ନେଇଥିଲେ । ଚୂଡ଼ାନ୍ତ ପର୍ଯ୍ୟାୟରେ ଚୟନ କମିଟି ୩ଜଣ ପ୍ରାର୍ଥୀଙ୍କ ନାମ କୁଳାଧିପତିଙ୍କ ନିକଟକୁ ପଠାଇଥିଲେ । ଶିକ୍ଷାଦାନ ଓ ପ୍ରଶାସନିକ ଅଭିଜ୍ଞତା ସମେତ ଅନ୍ୟାନ୍ୟ ଦିଗକୁ ବିଚାରକୁ ନେଇ କୁଳାଧିପତି ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ଦେଇଥିଲେ । ଆସନ୍ତା ୫ବର୍ଷ ପାଇଁ ପ୍ରଫେସର ସାମନ୍ତ ଏହି ପଦବୀରେ କାର୍ଯ୍ୟ କରିବେ । କିଟ୍‍ ବିଶ୍ୱବିଦ୍ୟାଳୟ ଆରମ୍ଭରୁ ଏହାର କୁଳପତି ଭାବେ ବହୁ ବିଶିଷ୍ଟ ଶିକ୍ଷାବିତ୍‍ ଓ ବୈଜ୍ଞାନିକ କାର୍ଯ୍ୟ କରିଛନ୍ତି । ଏଥିରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଫେସର ସସ୍ମିତା ସାମନ୍ତଙ୍କ ନେତୃତ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ଆଗକୁ ଆହୁରି ସଫଳତା ହାସଲ କରିବ ବୋଲି ଶ୍ରୀ ସାମନ୍ତା ଆଶା ବ୍ୟକ୍ତ କରିଛନ୍ତି ।