BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କିଟ୍‍ ଓ କିସରେ କଳାକୁମ୍ଭ ଉଦ୍‍ଯାପିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପକ୍ଷରୁ କିଟ୍‍ ଓ କିସ୍‍ ସହଯୋଗରେ କିସ୍‍ ପରିସରରେ ଡିସେମ୍ବର ୧୨ ତାରିଖରୁ ଚାଲିଥିବା କଳାକୁମ୍ଭ ଶୁକ୍ରବାର ଉଦ୍‍ଯାପିତ ହୋଇଯାଇଛି। ନିକଟରେ କିଟ୍‍-କିସ୍‍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ଏନ୍‍ଜିଏମ୍‍ଏ) ସହ ନୂଆଦିଲ୍ଲୀରେ ଜନଜାତି କଳା, ସଂସ୍କୃତି ଓ ପରମ୍ପରା ସୁରକ୍ଷା ପାଇଁ ଏକ ବୁଝାମଣା ହୋଇଥିଲା। ଏହି ବୁଝାମଣା ଅନୁସାରେ ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା କଳାକୁମ୍ଭ ଆଜି ଶେଷ ହୋଇଛି। ପ୍ରଥମ ଥର ପାଇଁ ସମଗ୍ର ଭାରତରେ ଏତେ ବଡ଼ ଆକାରରେ ଓଡ଼ିଶାର କିଟ୍‍ ଓ କିସରେ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୬ ଦିନ ଧରି ଚାଲିଥିବା କଳାକୁମ୍ଭରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟର ୨ଶହରୁ ଊର୍ଦ୍ଧ୍ୱ କଳାକାର ଯୋଗ ଦେଇଥିଲେ। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଏହି କଳାକୁମ୍ଭ ଅନୁଷ୍ଠିତ ହେଇଥିଲା। ଏହି କଳାକୁମ୍ଭରେ ଯୋଗ ଦେଇଥିବା କଳାକାରମାନେ ୭୫୦ ମିଟର ଲମ୍ବ ବିଶିଷ୍ଟ ଏହି ବିଶାଳ କଳାକୃତି ପ୍ରସ୍ତୁତ କରିଛନ୍ତି। ଏହା ୨୦୨୨ ସ୍ୱାଧୀନତା ଦିବସ ପାଳନର ଏକ ଅଂଶବିଶେଷ ରୂପେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‍ଠାରେ ପ୍ରଦର୍ଶନ କରାଯିବ। ଏହି କଳାକୁମ୍ଭ ଆୟୋଜନ ପାଇଁ କିଟ୍‍ ଓ କିସ୍‍ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା।
ଆଜି କିସ୍‍ ପରିସରରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକ, ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହର୍ଷବର୍ଦ୍ଧନ ଶର୍ମା, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା କଳିଙ୍ଗ ଟିଭି ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ବିଶିଷ୍ଟ ସ୍ଥପତି ତଥା କିଟ୍‍ ଆର୍କିଟେକଚର ସ୍କୁଲ୍‍ର ନିର୍ଦ୍ଦେଶକ ଏସ ଏସ୍‍ ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
କଳାକୁମ୍ଭ ପାଇଁ ସମସ୍ତ କଳାକାରଙ୍କୁ କିଟ୍‍ ଓ କିସରେ ରହିବା, ଖାଇବା ଏବଂ ପରିବହନ ଆଦି ବ୍ୟବସ୍ଥା କରାଯାଇ କିଟ୍‍ ଓ କିସ୍‍ ପକ୍ଷରୁ ଆତିଥ୍ୟ ଯୋଗାଇ ଦିଆଯାଇଥିଲା। କଳାକୁମ୍ଭରେ ଆଜାଦୀ କା ଅମୃତ ମହୋତ୍ସବ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଜଣା ବୀରଙ୍କ ଜୀବନୀ ଓ ସେମାନଙ୍କ ସଂଗ୍ରାମ ଉପରେ ମେଗା କର୍ମଶାଳା ମଧ୍ୟ ଆୟୋଜନ କରାଯାଇଛି। ଏହି କଳାକୁମ୍ଭରେ କଳାକାରମାନେ ବିଭିନ୍ନ ପ୍ରକାର ଦେଶୀୟ କଳା ପଟ୍ଟଚିତ୍ର, ତାଳ ପଟ୍ଟଚିତ୍ର, ମଞ୍ଜୁଷା, ମଧୁବନୀ ଓ ଯଦୁ ପାଟୁଆ ଆଦି ଉପରେ ସେମାନଙ୍କ କଳାତ୍ମକ ଭାବ ପ୍ରଦର୍ଶନ କରାଯାଇଛି। ଏନ୍‍ଜିଏମ୍‍ଏ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହର୍ଷବର୍ଦ୍ଧନ ଶର୍ମା, ରାମହରି ଜେନା ଓ ବିଜୟନ୍ତ ଦାସଙ୍କ ଭଳି ବିଶିଷ୍ଟ ଶିଳ୍ପୀମାନେ ଏହି କାର୍ଯ୍ୟକୁ ମଧ୍ୟ ସଂଯୋଜନା ଓ ତଦାରଖ କରିଥିଲେ।
ଏଥିରେ ଆନନ୍ଦ ପ୍ରକାଶ କରି ଶ୍ରୀ ସାମନ୍ତ କହିଲେ, କିଟ୍‍ ଓ କିସରେ କଳାକୁମ୍ଭ ଭଳି ବିଶାଳ କଳାତ୍ମକ କର୍ମଶାଳା ଆୟୋଜିତ ହୋଇପାରିଛି। ଓଡ଼ିଶା ହେଉଛି ଉତ୍କୃଷ୍ଟ କଳାର କ୍ଷେତ୍ର। ତେଣୁ ଓଡ଼ିଶାରେ କଳାକୁମ୍ଭ ଆୟୋଜିତ ହୋଇପାରିଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ‘ଆଜାଦୀ କା ଅମୃତ ମହୋତ୍ସବ’ ଉପଲକ୍ଷେ ଏହା ଆୟୋଜନ କରାଯାଇଛି। ଏହି ବିରାଟ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ସାମିଲ୍‍ ହୋଇପାରିଥିବାରୁ ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କିଟ୍‍ ଓ କିସରେ ଆୟୋଜନ କରାଇପାରିଥିବାରୁ ଶ୍ରୀ ସାମନ୍ତ ଏନ୍‍ଜିଏମ୍‍ଏର ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଗଡ଼ନାୟକଙ୍କୁ ସାଧୁବାଦ ଜଣାଇଥିଲେ।