BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କିମ୍ସର ଉପ-କୁଳପତି ହେଲେ ଡ଼ ସିବିକେ ମହାନ୍ତି

ଭୁବନେଶ୍ୱର,୭।୧୧(ବ୍ୟୁରୋ): ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଓଡ଼ିଶା ମେଡିକାଲ୍‌ ଏଜୁକେଶନ ଆଣ୍ଡ୍‌ ଟ୍ରେନିଂର ପୂର୍ବତନ ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (କିମ୍ସ)ର ଉପକୁଳପତି ଭାବେ ଯୋଗଦେଇଛନ୍ତି। ଓଡ଼ିଶାର ଜଣେ ଜଣାଶୁଣା ଚିକିତ୍ସକ ଓ ପ୍ରଶାସକ ଭାବେ ଡା. ମହାନ୍ତିଙ୍କ ସୁନାମ ରହିଛି। ପୂର୍ବରୁ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜର ମେଡିସିନ୍‌ ବିଭାଗ ମୁଖ୍ୟ ଏବଂ ପରେ ଏସ୍‌ସିବିର ଅଧୀକ୍ଷକ ଦାୟିତ୍ୱ ତୁଲାଇଥିଲେ। କିମ୍ସର ଉପକୁଳପତି ଭାବେ ଯୋଗଦେବା ପରେ ଡା. ମହାନ୍ତି ଏହାର ଚିକିତ୍ସା ଓ ପ୍ରଶାସନିକ ଦାୟିତ୍ୱ ତଦାରଖ କରିବେ। ଏହା ସହିତ ସେ କିମ୍ସ ବହିର୍ବିଭାଗରେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ଦିନରେ ପରାମର୍ଶ ଦେବେ। କିମ୍ସରେ ଡା. ମହାନ୍ତିଙ୍କ ଯୋଗଦାନକୁ ନେଇ କିଟ୍‌ ଶିକ୍ଷାନୁଷ୍ଠାନ ସମୂହ ତଥା କିଟ୍‌ ଓ କିସ୍‌ ପରିବାରର ସମସ୍ତ ସଦସ୍ୟ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ସ୍ବାଗତ ଜଣାଇଛନ୍ତି।