BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କରୋନା ମୃତକ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା

ଭୁବନେଶ୍ୱର,୨୫ ।୧୦(ଓଡ଼ିଆ ନ୍ୟୁଜ) : କିଟ୍‍ ଓ କିସ୍‍ ପକ୍ଷରୁ ଏହାର କର୍ମଚାରୀଙ୍କ କଲ୍ୟାଣ ସକାଶେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସମୟକୁ ସମୟ ବିଭିନ୍ନ ଯୋଜନା ହାତକୁ ନିଆଯାଇଥାଏ। ଇତି ମଧ୍ୟରେ ସମଗ୍ର ବିଶ୍ୱରେ କରୋନାର କରାଳ ଛାୟା ଘୋଟି ଯାଇଥିବା ବେଳେ ଏଥିରେ ବାଦ୍‍ ପଡ଼ି ନ ଥିଲା ଭାରତ ଏବଂ ଓଡ଼ିଶା। ବିଶ୍ୱ ମହାମାରୀରେ ଲକ୍ଷାଧିକ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି। କିଟ୍‍ ଶିକ୍ଷାନୁଷ୍ଠାନ ସମୂହର କିଛି କର୍ମଚାରୀ ମଧ୍ୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନିଜ ଜୀବନ ହାରିଛନ୍ତି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିଟ୍‍ ପକ୍ଷରୁ ୨୦୨୦ରେ ଏହାର କରୋନା ମୃତକ କର୍ମଚାରୀଙ୍କ ପରିବାର ପାଇଁ ଏକ ସ୍ୱତନ୍ତ୍ର ଘୋଷଣା କରାଯାଇଥିଲା। କରୋନାରେ ମୃତ୍ୟୁବରଣ କରିଥିବା କିଟ୍‍ ଶିକ୍ଷାନୁଷ୍ଠାନ ସମୂହର କର୍ମଚାରୀଙ୍କ ପରିବାରର ଭବିଷ୍ୟତ ସୁରକ୍ଷା ପାଇଁ ନଗଦ ୫ ଲକ୍ଷ ଟଙ୍କା, ପରିବାରର ଜଣେ ସଦସ୍ୟଙ୍କୁ ନିଜ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ଏବଂ ସେମାନଙ୍କ ପିଲାଙ୍କୁ ଯୋଗ୍ୟତା ଅନୁସାରେ କିଟରେ ବିନାଦେୟରେ ଶିକ୍ଷାଦାନ ପାଇଁ ଗତ ବର୍ଷ ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଘୋଷଣା ମୁତାବକ ସୋମବାର କିଟ୍‍ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂପୃକ୍ତ ପରିବାରର ସଦସ୍ୟମାନଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‍ ଓ କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ପାଇଁ ଶ୍ରୀ ସାମନ୍ତ ନିଯୁକ୍ତ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କିଟ୍‍ ଶିକ୍ଷାନୁଷ୍ଠାନ ସମୂହର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।