BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏନଆରଆଇଏଫ ରାଙ୍କିଙ୍ଗରେ ୨୧ତମ ସ୍ଥାନରେ କିଟ୍ ବିଶ୍ବବିଦ୍ୟାଳୟ।

ଭୁବନେଶ୍ୱର, ୯ ।୯: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ) ଗୁରୁବାର ପ୍ରକାଶ ପାଇଛି। ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ତାଲିକାର ଶ୍ରେଷ୍ଠ ୨୧ତମ ସ୍ଥାନରେ ରହିଛି କିଟ୍‍। ଗତବର୍ଷ ଏନ୍ଆଇଆରଏଫ ରାଙ୍କିଙ୍ଗ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍ ୨୪ତମ ସ୍ଥାନରେ ରହିଥିବା ବେଳେ ଚଳିତବର୍ଷ ୨୧ତମ ସ୍ଥାନକୁ ଉନ୍ନୀତ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିଟ୍‍ ଲ ସ୍କୁଲ୍‍ ଦେଶର ଶ୍ରେଷ୍ଠ ଆଇନ୍‍ ବିଦ୍ୟାଳୟ ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଛି। ଏହା ବ୍ୟତୀତ କିଟର ଅନ୍ୟ ସମସ୍ତ ବିଭାଗ ମଧ୍ୟ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। କିଟ୍‍ ମାତ୍ର ୧୭ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଏଥିରେ ୨୮ଟି ବିଭିନ୍ନ ପାଠ୍ୟକ୍ରମ ଥାଇ ଏକ ବୃହତ ଓ ମଲଟି ଡିସିପ୍ଲିନାରୀ ବିଶ୍ୱବିଦ୍ୟାଳୟ ହୋଇପାରିଛି। ଇତି ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଲଗାତାର ମାଇଲଷ୍ଟୋନ ତିଆରି କରିଆସୁଛି। ଗତ ସପ୍ତାହରେ ପ୍ରକାଶ ପାଇଥିବା ଟାଇମସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୨ରେ କିଟ୍‍ ଭଲ ପ୍ରଦର୍ଶନ କରିଥିଲା। ଏହି ସଫଳତାରେ ନିଜର ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଉତ୍କର୍ଷତା ପ୍ରତିପାଦିତ କରିବାକୁ ହେଲେ ଧୀରେ ଧୀରେ ଆଗକୁ ଯିବାକୁ ହୁଏ। କିଟ୍‍ ମଧ୍ୟ ଧୀରେଧୀରେ ଉତ୍କର୍ଷତା ଆଗକୁ ଗତି କରୁଛି। କିଟର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଏଥିରେ ଖୁସି ପ୍ରକାଶ କରିବା ସହ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇପାରୁଛି ପ୍ରକାଶ କରିଛନ୍ତି।