BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମାଆ, ମାତୃଭାଷା ଓ ମାତୃଭୂମିକୁ ଭୁଲିଯିବା ଉଚିତ ନୁହେଁ: ଉପରାଷ୍ଟ୍ରପତି ‘ମାଇଁ ମଦର- ମାଇଁ ହିରୋ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୨ ।୪: ମାଆ, ମାତୃଭାଷା ଓ ମାତୃଭୂମିକୁ ଆମେମାନେ ଭୁଲିଯିବା ଉଚିତ ନୁହେଁ ବୋଲି ଭାରତର ଉପରାଷ୍ଟ୍ରପତି ଏମ୍‍ ଭେଙ୍କେୟା ନାଇଡୁ କହିଛନ୍ତି । ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର – ମାଇଁ ହିରୋ’ ଇଂରାଜୀ ପୁସ୍ତକ ଶୁକ୍ରବାର ଓଡ଼ିଶା ରାଜଭବନଠାରେ ଉନ୍ମୋଚନ କରି ଏହା କହିଛନ୍ତି । ଶ୍ରୀ ନାଇଡୁ କହିଲେ, ଆମେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ପଢ଼ିଛୁ ମାତ୍ର ଜଣେ ମାଆଙ୍କ ଜୀବନୀ ଲେଖାଯିବା ନିଶ୍ଚିତ ଭାବେ ସ୍ୱତନ୍ତ୍ର ଓ ପ୍ରେରାଣାଦାୟୀ । କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ଗଣେଶୀଲାଲ୍‍ ଯୋଗଦେଇ କହିଲେ, ଆମେ କେବଳ ମାନବସେବା କରିବା ନାହିଁ, ଆମେ ମାନବିକତାକୁ ମଧ୍ୟ ପୂଜା କରିବା ଉଚିତ । ଯଥେଷ୍ଟ କମ୍‍ ବୟସରେ ଶ୍ରୀ ସାମନ୍ତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଲେଖିଛନ୍ତି ବୋଲି ଗଣେଶୀଲାଲ୍‍ କହିଥିଲେ । ସୂଚନାଯୋଗ୍ୟ, ଅଚ୍ୟୁତ ସାମନ୍ତଙ୍କ ମାଆ ନୀଳିମାରାଣୀ ନିଜ ସଂଘର୍ଷମୟ ଜୀବନ ମଧ୍ୟରେ ନିଜ ପିଲାଙ୍କୁ ସଫଳ ମଣିଷ କରି ଗଢ଼ି ତୋଳିବାରେ ସକ୍ଷମ ହୋଇପାରିଛନ୍ତି ଏବଂ ମାଆଙ୍କ ଜୀବନାଦର୍ଶ ଓ ମୂଲ୍ୟବୋଧକୁ ଆଧାର କରି ଲେଖକ ଅଚ୍ୟୁତ ସାମନ୍ତ କିଭଳି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି ତାହା ହିଁ ଏହି ପୁସ୍ତକର ନିଷ୍କର୍ଷ । ନିଜ ବକ୍ତବ୍ୟରେ ଶ୍ରୀ ସାମନ୍ତ କହିଛନ୍ତି ସେ ସର୍ବଦା ନାରୀଶକ୍ତିକୁ ସମ୍ମାନ ଦେଇଛନ୍ତି । ନାରୀଶକ୍ତିର ପ୍ରଭାବ ସେ ପିଲାଟି ବେଳୁ ଅନୁଭବ କରିଆସିଛନ୍ତି । ନାରୀଶକ୍ତି ସର୍ବଦା ସମାଜର ଉନ୍ନତି କରିଆସିଛି । ନାରୀଶକ୍ତିକୁ ଯେତେ ସଶକ୍ତ କରାଯିବ ଦେଶ ଓ ସମାଜର ସେତିକି ଉନ୍ନତି ହେବ ବୋଲି ଶ୍ରୀ ସାମନ୍ତ ବିଶ୍ୱାସ କରନ୍ତି । ଶ୍ରୀ ସାମନ୍ତଙ୍କ ପୁସ୍ତକଟି ନାରୀଶକ୍ତିକୁ କେନ୍ଦ୍ରକରି ଲେଖାଯାଇଛି । ଏହି ନାରୀଶକ୍ତିକୁ ବ୍ୟାଖ୍ୟା କରିବାକୁ ଯାଇ ଶ୍ରୀ ସାମନ୍ତ ନିଜ ମାଆଙ୍କ ଉଦାହରଣ ନେଇଛନ୍ତି । ନୀଳିମାରାଣୀ ଦେବୀଙ୍କ ଉଦ୍ୟମ, ଆଦର୍ଶ ଓ ପ୍ରେରଣା ଯୋଗୁଁ କଟକ ଜିଲ୍ଲାର ନିପଟ ମଫସଲ ଗାଁଆ କଲରାବାଙ୍କ ଦେଶର ପ୍ରଥମ ଆଦର୍ଶ ଗ୍ରାମ ଓ ପରେ ସ୍ମାର୍ଟ ଗ୍ରାମ କଲରାବାଙ୍କ ଏବଂ ମାଣପୁର କିଭଳି ଏକ ସ୍ମାର୍ଟ ପଞ୍ଚାୟତରେ ପରିଣତ ହୋଇପାରିଛି ସେ ସଂପର୍କରେ ଏହି ପୁସ୍ତକରେ ବିଶେଷ ଆଲୋଚନା କରାଯାଇଛି । ମାତ୍ର ୪୦ ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇ ଅଚ୍ୟୁତଙ୍କ ମାଆ ନୀଳିମାରାଣୀ ଦେବୀ ସଂପୂର୍ଣ୍ଣ ଅସହାୟ, ନିରାଶ୍ରୟ ଓ ବେସାହାରା ହୋଇପଡ଼ିଥିଲେ । ଏକ ଟ୍ରେନ୍‍ ଦୁର୍ଘଟଣାରେ ଅଚ୍ୟୁତଙ୍କ ପିତା ଅନାଦି ଚରଣଙ୍କ ଅକାଳ ମୃତ୍ୟୁ ପରେ ନୀଳିମାରାଣୀଙ୍କ ଚତୁର୍ପାଶ୍ୱର୍ ଅନ୍ଧକାର ହୋଇଯାଇଥିଲା । ନିଜର ଦୃଢ଼ ମନୋବଳ, ନିଷ୍ଠା, ସଂଘର୍ଷ ମଧ୍ୟରେ ଜୀବନ ଅତିବାହିତ କରି ଶେଷ ଜୀବନ ପର୍ଯ୍ୟନ୍ତ ନିଜ କନିଷ୍ଠ ପୁତ୍ର ଅଚ୍ୟୁତଙ୍କ ମାଧ୍ୟମରେ ସ୍ମାର୍ଟ ଗ୍ରାମ କଲରାବାଙ୍କ ଓ ସ୍ମାର୍ଟ ପଞ୍ଚାୟତ ମାଣପୁରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଥିଲେ । ମୋଟାମୋଟି ଭାବେ ନୀଳିମାରାଣୀ ଦେବୀଙ୍କ ସଂଘର୍ଷମୟ ଜୀବନ ସହ ଅଚ୍ୟୁତ ପ୍ରତି ନୀଳିମାରାଣୀଙ୍କ ଅବଦାନ ହିଁ ପୁସ୍ତକର ମୁଖ୍ୟ ବିଷୟବସ୍ତୁ ।