BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ର ଆଶଙ୍କା

ଭୁବନେଶ୍ୱର ୯ା୧୧ : ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧୀନ କୋତଳାଙ୍ଗ ଗ୍ରାମରେ ମଙ୍ଗଳବାର କାଉ ମଡ଼କ ଦେଖାଯାଇଛି। ଅଚାନକ କାଉ ମରୁଥିବା ଯୋଗୁ ବାର୍ଡ ଫ୍ଲୁ ଆଶଙ୍କା କରାଯାଇଛି। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅଞ୍ଚଳରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ କାଉ ମରିଥିବା ଜଣାପଡ଼ିଛି। ଖବରପାଇ ବେଗୁନିଆ ପ୍ରାଣୀ ଚିକିତ୍ସାଳୟର ଏକ ଡାକ୍ତରୀ ଟିମ୍‌ ପହଞ୍ଚି ମୃତ କାଉଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି।

ମିଳିଥିବା ସୂଚନାନୁସାରେ, ସକାଳ ପ୍ରାୟ ୯ଟାରେ କୋତଳାଙ୍ଗ ଗାଁ ଦାଣ୍ଡରେ ଗୋଟିଏ କାଉ ମରି ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ଉଡ଼ି ଯାଉଥିବା କିଛି କାଉ ଗୋଟିଏ ପରେ ଗୋଟିଏ ତଳେ ମରି ପଡୁଥିବା ଦେଖିବାକୁ ମିଳିଥିଲା। ଗାଁ ଲୋକେ ବାର୍ଡ ଫ୍ଲୁ ଆଶଙ୍କା କରି ବେଗୁନିଆ ପ୍ରାଣୀ ଚିକିତ୍ସାଳୟକୁ ଖବର ଦେଇଥିଲେ। ଖବରପାଇ ବ୍ଲକ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିଶ୍ୱରଞ୍ଜନ ରାଉତଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଥିଲେ। ମୃତ କାଉଙ୍କୁ ଏକାଠି କରି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସଂଗୃହୀତ ରକ୍ତ ଏବଂ ମୃତଦେହ କଟକ ଜିଲା ଫୁଲନଖରାସ୍ଥିତ ପ୍ରାଣୀ ଚିକିତ୍ସାଳୟ ତଥା ଗବେଷଣା କେନ୍ଦ୍ରକୁ ପଠାଯାଇଛି। ସେଠାରେ ଯଦି କୌଣସି ସନ୍ଦେହ କରାଯାଏ ତେବେ ଭୋପାଳ ସ୍ଥିତ ପ୍ରାଣୀ ବିଜ୍ଞାନ କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ କି ନାହିଁ ସ୍ପଷ୍ଟ ହେବ ବୋଲି ଡା. ରାଉତ କହିଛନ୍ତି।