BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୭ଟି ରାଜ୍ୟରେ ଖୋଲିବ ୧୪୩ଟି ଖେଲୋ ଇଣ୍ଡିଆ ସେଣ୍ଟର।

ନୂଆଦିଲ୍ଲୀ, ୨୬ା୫ (ବ୍ୟୁରୋ)- ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ ଲକ୍ଷ୍ୟ ନେଇ ୭ଟି ରାଜ୍ୟରେ ୧୪୩ ଖେଲୋ ଇଣ୍ଡିଆ ସେଣ୍ଟର ଖୋଲିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସ୍ଥିର କରିଛି। ଏ ବାବଦରେ ୧୪.୩୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମହାରାଷ୍ଟ୍ର, ମିଜୋରାମ, ଗୋଆ, କର୍ନାଟକ, ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ମଣିପୁରରେ ଏହି ସବୁ ସେଣ୍ଟର ଖୋଲିବ। ପ୍ରତିଟି ସେଣ୍ଟର ପାଇଁ ସମାନ ଗାଇଡ୍‌ ଲାଇନ୍‌ ରହିବ। ୨୦୨୮ ଅଲିମ୍ପିକ୍ସ ପଦକ ତାଲିକାରେ ଭାରତ ଯେପରି ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ରହିପାରିବ ତାହାକୁ ନଜରରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ସ୍ବଳ୍ପ ବୟସରୁ ବହୁସଂଖ୍ୟାରେ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ବିକଶିତ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି। ଜିଲାସ୍ତରୀୟ ଖେଲୋ ଇଣ୍ଡିଆ ସେଣ୍ଟରଗୁଡ଼ିକ ଲାଗି ଯଦି ଦକ୍ଷ କୋଚ ଓ ଉତ୍କୃଷ୍ଟ ସରଞ୍ଜାମ ଉପଲବ୍ଧ ହୁଏ ତେବେ ଆମେ ଠିକଣା ସମୟରେ ନିର୍ଦ୍ଦିଷ୍ଟ କ୍ରୀଡ଼ା ପାଇଁ ଉପଯୁକ୍ତ ପିଲାଙ୍କୁ ବାଛିବାରେ ସଫଳ ହେବା ବୋଲି ସେ କହିଛନ୍ତି। ସମଗ୍ର ଦେଶରୁ ପୂର୍ବରୁ ଏହିଭଳି ୨୧୭ଟି ସେଣ୍ଟର ରହିଛି। ମନ୍ତ୍ରଣାଳୟ ନର୍ଥ-ଇଷ୍ଟ , ଜମ୍ମୁ ଓ କଶ୍ମୀର, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଲାକ୍ଷାଦୀପ ଓ ଲଦାଖର ପ୍ରତିଟି ଜିଲାରେ ଦୁଇଟି ଲେଖାଏ ସେଣ୍ଟର ଖୋଲିବା ଲାଗି ନିଷ୍ପତ୍ତି ନେଇଛି। ଏହିସବୁ ସେଣ୍ଟରଗୁଡ଼ିକ ଲାଗି ଉପଯୁକ୍ତ କୋଚ୍‌ଙ୍କୁ ଅନୁବନ୍ଧିତ କରିବା କାର୍ଯ୍ୟ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କର।
ରାଜ୍ୟ ପିଛା ଖେଲୋ ଇଣ୍ଡିଆ ସେଣ୍ଟର-
ମହାରାଷ୍ଟ୍ର: ୩୦ଟି ଜିଲାରେ ୩୬ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ-୩.୬୦ କୋଟି ଟଙ୍କା।
ମିଜୋରାମ: କୋଲାସିବ ଜିଲାରେ ୨ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ: ୨୦ ଲକ୍ଷ ଟଙ୍କା।
ଅରୁଣାଚଳ ପ୍ରଦେଶ: ୨୬ ଜିଲାରେ ୫୨ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ: ୪.୧୨କୋଟି ଟଙ୍କା।
ମଧ୍ୟପ୍ରଦେଶ: ୪ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ:୪୦ ଲକ୍ଷ ଟଙ୍କା।
କର୍ନାଟକ: ୩୧ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ ୩.୧୦ କୋଟି ଟଙ୍କା।
ମଣିପୁର: ୧୬ ଖେଲୋ ଇଣ୍ଡିଆ ସେଣ୍ଟର।ବ୍ୟୟ ଅଟକଳ: ୧.୬୦ କୋଟି ଟଙ୍କା।
ଗୋଆ: ୨ ଖେଲୋ ଇଣ୍ଡିଆ ସେଣ୍ଟର। ବଜେଟ ୨୦ଲକ୍ଷ ଟଙ୍କା