BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଖଇରାହ୍ନ ଟେକନିକାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟସ ଓ ସୋସିଆଲ ସାଇନସ ଅନୁଷ୍ଠାନ ଉଦଘାଟିତ

ଫୁଲବାଣୀ : ପବିତ୍ର ସ୍ୱାଧିନତା ଦିବସରେ ଜି ଉଦୟଗିରି ଠାରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ଦକ୍ଷତା ବିକାଶ କେନ୍ଦ୍ର ଶ୍ରୀରାମଚନ୍ଦ୍ର ଭଞ ମେଡ଼ିକାଲ କଲେଜର ହୃଦବିଭାଗ ପ୍ରଫେସର ତଥା ଏଚ. ଓ. ଡି. ଡଃ ମନୋଜ କୁମାର ପଟନାୟକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। କନ୍ଧମାଳ ଜିଲାର ବରିଷ୍ଠ ସାମାଜ ସେବୀ ଜିଆଉଦ୍ଦୀନ ଅହମ୍ମଦଙ୍କ ପ୍ରଚେଷ୍ଟାରେ ଖଇରାହ୍ନ ଟେକନିକାଲ ଇଷ୍ଟିଚିଉଟ ଅଫ ସ୍ପୋର୍ଟସ ଆଣ୍ଡ ସୋସିଆଲ ସାଇନସ ନାମକ ପଞିକୃତ ଅନୁଷ୍ଠାନର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କନ୍ଧମାଳ ଜିଲାରୁ ବହୁତ ଯୁବକ ଯୁବତୀ କର୍ମିସଂସ୍ଥାନ ପାଇଁ ଦାଦନ ଯାଉଥିବା ବେଳେ ପ୍ରତି ସପ୍ତାହରେ ଜଣେ ଦୁଇଜଣ ଶବ ହୋଇ ଫେରୁଛନ୍ତି।ପ୍ରତ୍ୟେକ ବ୍ୟକ୍ତି ପାଇଁ କୌଣସି ବିଷୟରେ ଉଚ୍ଚମାନର ଦକ୍ଷତା ଆବଶ୍ୟକ।ଯାହା ଅନେକ ଅନୁଷ୍ଠାନରେ ମିଳେ ନାହିଁ।

ଗତ ୪୦ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଗରିବ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଜିଆଉଦ୍ଦୀନ ଅହମ୍ମଦ ଜିଲାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଏହି ବୈଷୟିକ ଅନୁଷ୍ଠାନଟି ତାଙ୍କର ସ୍ୱର୍ଗତ ପିତାମାତାଙ୍କ ସମ୍ମାନାର୍ଥେ ନାମ କରଣ କରିଛନ୍ତି।ଯୁବ ଅବସ୍ଥାରୁ ଜିଲାରେ ଶିକ୍ଷା ର ବିକାଶ ପାଇଁ ବିଭିନ୍ନ ବ୍ଲକରେ ୪୦ଗୋଟି ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।କୃଷି ଓ କୃଷକର ବିକାଶ ପାଇଁ ଏକ ସମିତି ଜରିଆରେ କୃଷକ ସଶକ୍ତିକରଣ ପାଇଁ ପ୍ରୟାଶ କରିଆସୁଛନ୍ତି୍।ଜିଲାର ଆଶାନ୍ତ ପରିବଶ ସୃଷ୍ଟି ସମୟରେ ଜିଲାର ଯୁବକଯୁବତୀମାନଙ୍କୁ ନେଇ ଅନ୍ତରଙ୍ଗ ଯୁବ ମହାସଂଘ ଆରମ୍ଭ କରି ଭାଇଚାର ବଜାଇ ରଖିବାର ପ୍ରୟାଶ କରିଥିଲେ ।

ଜିଲାରେ ମହିଳା ଫୁଟବଲ, ମହିଳା ଭଲିବଲ, ରଗବି ଖେଳ, ଫୁଟଭଲି, ଫୁଟବଲ ଟେନିସ୍, ସାଇକ୍ଲିଂ, ଆଦି ଆରମ୍ଭ କରି ରାଜ୍ୟ ଏବଂ ଜାତୀୟ ସ୍ତରରେ ସୁନାମ ଆଣିପାରିଛନ୍ତି। କାଯ୍ୟକ୍ରମର ଆରମ୍ବ ରେ ଅଞଳର ସମାଜ ସେବୀ ଟୁନିମା ନାୟକ ସ୍ଵାଗତ ସଂଗିତ ଗାନ କରିଥିଲେ। ଅନ୍ୟ ଅଥିତୀ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଜୀବନବୀମା ନିର୍ଦ୍ଦେଶକ ବିବେକାନନ୍ଦ ପ୍ରଧାନ , ଗେସିଙ୍ଗିଆ ସରପଞ୍ଚ ତ୍ରିଶୀଳା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜିଆଉଦ୍ଦୀନଙ୍କ ସ୍ୱପ୍ନକୁ ସାକାର କରିବାକୁ ସହଯୋଗର ହାତ ବଢାଇବାକୁ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କ୍ରୀଡା ଅଧିକାରୀ ସନ୍ତେ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବସନ୍ତ ପ୍ରଧାନ, କୃଷକ ନେତା ସନାତନ ପ୍ରଧାନ ,ସାମ୍ବାଦିକ ଅରୁଣ ଷଡଙ୍ଗୀ,ଟ୍ରଷ୍ଟୀ ଦୁର୍ବାଶା ସେଠୀ, ଓ କିଶୋର ଚନ୍ଦ୍ର ନାୟକ, ପ୍ରମୁଖ ଯୋଗଦେଇ ଜିଲାର ଦାଦନ ସମସ୍ୟା ଦୂର କରିବାକୁ ଦକ୍ଷତା ବିକାଶ ତାଲିମର ଗୁରୁତ୍ୱ ରହିଛି ବୋଲି କହିଥିଲେ।ଜିଆଉଦ୍ଦୀନଙ୍କ ତ୍ୟାଗପୂତ ନିଷ୍ଠାପର ୪୦ବର୍ଷର ଜୀବନୀ ସମ୍ପର୍କରେ ଜିଲାର ସମାଜସେବୀ ଅଶୋକ ପରିଡା ସୁଚନା ଦେବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ୪୦ରୁ ୬୦ଜଣ ପିଲାଙ୍କୁ ନେଇ ପ୍ରଥମ ଦୁଇଟି ବ୍ୟାଚ ତାଲିମର ଶୁଭାରମ୍ଭ କରିବାକୁ ଜିଆଉଦ୍ଦୀନ ସୂଚନା ଦେଇଥିଲେ।ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ପ୍ରଫେସର ମନୋଜ ପଟନାୟକ ଜିଆଉଦ୍ଦୀନ ଙ୍କ ନିଷ୍ଠାପର କର୍ତ୍ତବ୍ୟନିଷ୍ଠା ଏହି ତାଲିମ କେନ୍ଦ୍ର କନ୍ଧମାଳର ଯୁବକ ଯୁବତୀଙ୍କୁ ରୋଜଗାର କ୍ଷମ କରାଇବା ସହ ରାଷ୍ଟ୍ରୀୟ ଅର୍ଥନୀତିରେ ସହଯୋଗ କରିବ ବୋଲି ତାଙ୍କ ବକ୍ତବ୍ୟରେ ସୂଚନା ଦେଇଥିଲେ।

ଅନୁଷ୍ଠାନର ସୁମନ ବେହେରା କାଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଜିଆଉଦ୍ଦୀନଙ୍କ ବଡ ଭାଇ ସଇଦି ଅହମ୍ମଦ, ସନ୍ତୋଷ ନାୟକ, ମାନସ ମହାପାତ୍ର, ଅଧ୍ୟାପକ ବିଶ୍ବରଞନ ଦଳେଇ, ଟ୍ରଷ୍ଟୀ ଚନ୍ଦ୍ରକାନ୍ତ ଦିଗାଲ, ରାଜା ପାତ୍ର, ଅବଦୁଲ ବାରି, ମୋଜେସ୍ ବିଶ୍ୱାସ, ଦୁଃଶାସନ ପ୍ରଧାନ, କାର୍ତ୍ତୀକ ପାଢ଼ି, ପ୍ରଧାନ, ବିପିନ ପ୍ରଧାନ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।