BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବାଇକରେ ବୁହାହେଲା ଶବ

କେନ୍ଦ୍ରାପଡ଼ା, ୬ା୪: ସ୍ବାସ୍ଥ୍ୟ ବିଭାଗ ଅବହେଳାର ଆଉ ଏକ ହୃଦୟବିଦାରକ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ଥିବା ସତ୍ତ୍ୱେ ଏକ ଗରିବ ପରିବାରର ୭ ବର୍ଷୀୟା ଛାତ୍ରୀଙ୍କ ମୃତଦେହକୁ ବାଇକ୍‌ରେ ଘରକୁ ନେବାକୁ ପଡିଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ଅନୁସାରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଛଚିଣା ଗ୍ରାମର ସୁନାକର କାଣ୍ଡିଙ୍କ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଝିଅ ବୈଶାଖୀଙ୍କୁ ମଙ୍ଗଳବାର ସକାଳେ ଏକ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୋଲିସ ସହାୟତାରେ ବୈଶାଖୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ମୃତଦେହ ଘରକୁ କିପରି ନିଆଯିବ ସେ କଥା ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା। ଝିଅକୁ ନେଇ ଡାକ୍ତରଖାନା ଆସିଥିବା ସୁନାକର ଓ ତାଙ୍କ ସାନଭାଇ ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଡାକ୍ତରଖାନାଠାରୁ ଗଁାର ଦୂରତା ୨୦ କିଲୋମିଟର। ଏଥିପାଇଁ ମହାପ୍ରୟାଣ ଗାଡ଼ି ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହିତ ମଧ୍ୟ ଯୋଗାଯୋଗ କରାଯାଇଥିଲା। ହେଲେ ସେଥିପାଇଁ ଅର୍ଥ ଦାବି ହୋଇଥିଲା ବୋଲି ସୁନାକରଙ୍କ ସାନଭାଇ କହିଛନ୍ତି। ଆମ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ। ଏତେ ଟଙ୍କା ମହାପ୍ରୟାଣ ଗାଡ଼ି ପାଇଁ ଦେବା ସାମର୍ଥ୍ୟ ଆମର ନାହିଁ। ବାଇକ୍‌ରେ ଝିଆରୀର ମୃତଦେହ ନେବାକୁ ବାଧ୍ୟ ହେଉଛୁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି, ଛାତ୍ରୀଙ୍କ ପରିବାର ସଦସ୍ୟ ମୃତଦେହ ପରିବହନ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। ତଥାପି ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।