BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନର ଭୂୟସୀ ପ୍ରଶଂସା

ଓଡ଼ିଶା ଗସ୍ତରେ କର୍ଣ୍ଣାଟକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ, ଅନୁଧ୍ୟାନ କଲେ ଓଡ଼ିଶାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: କର୍ଣ୍ଣାଟକ ସରକାରଙ୍କର ଏକ ୨୨ ଜଣିଆ ପ୍ରତିନିଧି ଦଳ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଶ୍ୱ ଦକ୍ଷତା କେନ୍ଦ୍ର ଓ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରଦାନ କରାଯାଉଥିବା ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରିଛନ୍ତି।

ଓଡ଼ିଶା ସରକାରଙ୍କର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସହ ଆଜି ଖାରବେଳ ଭବନଠାରେ କର୍ଣ୍ଣାଟକ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶାରେ ଦକ୍ଷତା ବିକାଶ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଛନ୍ତି।

କର୍ଣ୍ଣାଟକର ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଏମ୍‌. ସି ସୁଧାକର ଏବଂ ଡାକ୍ତରୀ ଶିକ୍ଷା, ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ଓ ଜୀବିକା ନିର୍ବାହ ମନ୍ତ୍ରୀ ଡାକ୍ତର ଶରଣ ପ୍ରକାଶ ଆର୍‌. ପାଟିଲଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧିମଣ୍ଡଳୀ ଓଡ଼ିଶାରେ ଦକ୍ଷତା ବିକାଶ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଏହାର ସୁଫଳ ସଂପର୍କରେ ଆଲୋକପାତ କରିବା ସହ କର୍ଣ୍ଣାଟକରେ କିଭଳି ଏହିଭଳି ଅଭିନବ ତାଲିମ କାର୍ଯ୍ୟକ୍ରମ କରାଯାଇପାରିବ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କର୍ଣ୍ଣାଟକ ସରକାରଙ୍କର ଏହି ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀଙ୍କ ଓଡ଼ିଶା ଗସ୍ତ ନିଷ୍ପତ୍ତି ଏକ ଦୃଢ଼ ଓ ଦକ୍ଷତାସଂପନ୍ନ ଇକୋସିଷ୍ଟମ ଗଠନରେ ରାଜ୍ୟର ନିରନ୍ତର ପ୍ରୟାସର ସଫଳତାକୁ ପ୍ରତିଫଳିତ କରୁଛି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଲୋକଙ୍କ ସରକାର ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏହି ଲକ୍ଷ୍ୟକେନ୍ଦ୍ରିତ ପଦକ୍ଷେପ ନିଶ୍ଚିତ ଭାବେ ଆଗାମୀ ଦିନରେ ତ୍ୱରାନ୍ୱିତ ହେବ । ଆମର ଦୃଷ୍ଟିକୋଣ ହେଉଛି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ଦକ୍ଷ କର୍ମଶକ୍ତି ସୃଷ୍ଟି କରିବା । ଏହି ଯାତ୍ରାରେ ଆମେ ନବସୃଜନ, ଶିଳ୍ପ ସହଯୋଗ ଓ ଆମର ଯୁବପିଢ଼ିଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରଦର୍ଶନ ଉପରେ ଗୁରୁତ୍ୱାରୋପ କରୁଛୁ।

କର୍ଣ୍ଣାଟକ ପ୍ରତିନିଧିମଣ୍ଡଳରେ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କ ସହ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏକ ଦୃଢ଼ ଓ ସ୍ଥାୟୀ ଦକ୍ଷ ଇକୋ-ସିଷ୍ଟମ୍‌ ସୃଷ୍ଟି କରିବାରେ ଓଡ଼ିଶାର ଭବିଷ୍ୟତ ଦୃଷ୍ଟିକୋଣ ନିଶ୍ଚିତ ଭାବରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ । ଯୁବପିଢ଼ିଙ୍କୁ ଭବିଷ୍ୟତର ଆହ୍ୱାନ ପାଇଁ ପ୍ରସ୍ତୁତ କରିବା ସହିତ ଶିଳ୍ପ ସଂସ୍ଥାଗୁଡ଼ିକରେ ଉନ୍ନତ ମାନବସମ୍ବଳ ନିଯୁକ୍ତିରେ ସହାୟକ ହୋଇପାରିବ । ପ୍ରତିନିଧିମାନେ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ଉଚ୍ଚ ମାନର ତାଲିମ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ।

ଏହି ଆଲୋଚନାରେ ଦକ୍ଷତା ବିକାଶ ଓ ବୈଷୟିକ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶକ ସୁଶ୍ରୀ ରଶ୍ମିତା ପଣ୍ଡା ଓ ଓଡ଼ିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର ମଧ୍ୟ ଉପସ୍ଥିତ ଥିଲେ ।