BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସାମ୍ବାଦିକମାନଙ୍କ ବୃତ୍ତି ଗତ ସୁରକ୍ଷା ପାଇଁ ଉଚିତ ପାରିଶ୍ରମିକ ଯୋଗାଇ ଦେଲେ ସମ୍ବାଦ ପ୍ରକାଶ କରିବାରେ ଅଧିକ ସ୍ୱଛତା ଓ ନିରପେକ୍ଷତା ରହିବ

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୦ତମ ବାର୍ଷିକ ଉତ୍ସବ

ଫୁଲବାଣୀ : ଫୁଲବାଣୀ ଗାନ୍ଧୀ ସ୍ତୃତି ଭବନ ଠାରେ  ଜିଲ୍ଲା ସାମ୍ବାଦିକ ସଂଘ କନ୍ଧମାଳର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ ଶମ୍ଭୁନାଥ ନନ୍ଦୀ  ଯୋଗଦେଇ ସାମ୍ବାଦିକମାନଙ୍କ ବୃତ୍ତି ଗତ ସୁରକ୍ଷା ପାଇଁ ଉଚିତ ପାରିଶ୍ରମିକ ଯୋଗାଇ ଦେଲେ ସମ୍ବାଦ ପ୍ରକାଶ କରିବାରେ ଅଧିକ ସ୍ୱଛତା ଓ ନିରପେକ୍ଷତା ରହିବ ଓ ଏହା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନରେ ସହାୟତା ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ସେହିପରି ଏହି ଅବସରରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରଶାସକ ତଥା ପିଏ ଆଇଟିଡିଏ ଗଦାଧର ପାତ୍ର  ଯୋଗ ଦେଇ  ସାମ୍ବାଦିକମାନେ ସର୍ବଦା ସଠିକ, ତଥ୍ୟ ଭିତ୍ତିକ ଓ ନିରପେକ୍ଷ ଖବର ପ୍ରକାଶ ଉପରେ ଚତୁର୍ଥ ସ୍ତମ୍ଭର ଗାରିମା ପର୍ଯ୍ୟବେସିତ ବୋଲି କହିଥିଲେ ।

କନ୍ଧମାଳ ଜିଲ୍ଲା ସାମ୍ବାଦିକ  ସଂଘ ସଭାପତି ଡଃ.ଅରୁପ ଜେନା ଏହି ବାର୍ଷିକ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକାରୀ ସଭାପତି  ସୁନୀଲ ପଟନାୟକ ସ୍ଵାଗତ ଭାଷଣ ଦେଇ ସାମ୍ବାଦିକ ଏକତା ଓ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ସଂଘର ସାଧାରଣ ସଂମ୍ପାଦକ ଅଶୋକ ପରିଡ଼ା  ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ପରଲୋକ ଗମନ କରିଥିବା ସାମ୍ବାଦିକ ଅଶୋକ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଧେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ଆଞ୍ଚଳିକ ସମ୍ବାଦ, ସାମ୍ବାଦିକ ଓ ସମ୍ବାଦପତ୍ର  ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚତୁର୍ଭୁଜ ଦାସ,ନାରାୟଣ ସାହୁ,ରାମକୃଷ୍ଣ ଚୌଧୁରୀ, ପବିତ୍ର ମୋହନ ପାଢୀ, ପ୍ରକାଶ ଚନ୍ଦ୍ର ନାୟକ, ଗୋପାଳ ପଟନାୟକ, ପ୍ରଭାତ ନନ୍ଦ, ଅଭିମନ୍ୟୁ ପଣ୍ଡା, ସନ୍ତୋଷ ଦିଗାଲ, ସୁନିଲ ପଟ୍ଟନାୟକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶାନ୍ତିମୈତ୍ରୀ , ପାହାଡ଼, ସେନ୍ସ ଭଲଭ, ସାହାରା ଓ ବେସରକାରୀ ଜିଏନଏମ୍ ସ୍ଵାସ୍ଥ୍ୟ ଶିକ୍ଷା ଅନୁଷ୍ଠାନର  ନିର୍ଦ୍ଦେଶକ ଓ ପରିଚାଳକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ତଥା ସଂଘର ଉପ ସଭାପତି ସନ୍ତୋଷ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।