- କଳିଙ୍ଗ ଷ୍ଟାଡ଼ିୟମ୍ରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍
- ଅଗଷ୍ଟ ୧୦ ତାରିଖରେ ହେବ ପ୍ରତିଯୋଗିତା
- ୧୦ରୁ ଅଧିକ ଦେଶ, ୧୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ଅଂଶଗ୍ରହଣ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ)। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। ଆଜି କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପ୍ରତିଯୋଗିତା ସମ୍ବନ୍ଧୀୟ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି।
ଓ୍ବାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତା ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖରେ ଅନୁଷ୍ଠିତ ହେବ, ଯାହା ଆମ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ବୋଲି କ୍ରୀଡ଼ା ମନ୍ତ୍ରୀ ଶ୍ରୀ @suryabanshibjp ମତ ରଖିଛନ୍ତି। ଭାରତୀୟ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ସେ… pic.twitter.com/EkhPu7GcTC
— Odisha Sports (@sports_odisha) July 11, 2025
ସେ କହିଛନ୍ତି ଯେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ବିଶ୍ୱ ସ୍ତରୀୟ ଆଥଲେଟିକ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ) ପ୍ରତିଯୋଗିତାର ଆୟୋଜନ କରାଯିବ। ପ୍ରତିଯୋଗିତାରେ ଭାରତ, ତୁର୍କମେନିସ୍ତାନ, ଭୁଟାନ୍, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ମାଲେସିଆ, ଇରାକ୍, ଭିଏତ୍ନାମ, ରିପବ୍ଲିକ ଅଫ୍ କାମେରୁନ୍, ଶ୍ରୀଲଙ୍କା, ଇରାନ୍ ଏବଂ ମାଳଦ୍ୱୀପ ଆଦି ୧୦ରୁ ଅଧିକ ଦେଶର କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ୧୫୦ରୁ ଉର୍ଦ୍ଧ୍ଵ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ସମୁଦାୟ ୨୦ଟି ଇଭେଣ୍ଟର ଆୟୋଜନ କରାଯିବ।
— Odisha Sports (@sports_odisha) July 11, 2025
ଓଡ଼ିଶାରେ ପ୍ରଥମ ଥର ପାଇଁ ୱାଲର୍ଡ଼ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର୍ ର ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱ ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରଦାନ କରିବା ଠାରୁ ଆରମ୍ଭ କରି ପ୍ରତିଯୋଗିତାରେ ଭାଗନେଉଥିବା ଖେଳାଳୀମାନଙ୍କର ସୁରକ୍ଷିତ ରହଣି, ଆତିଥ୍ୟ ଠାରୁ ନେଇ ଲଜିଷ୍ଟିକ୍ସ ପର୍ଯ୍ୟନ୍ତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉଛି। ଏଥିସହ ବିଶ୍ୱ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଓଡ଼ିଶାର କ୍ରୀଡ଼ାବିତ୍ମାନେ ମଧ୍ୟ ନିକଟ ଅତୀତରେ ଆୟୋଜିତ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ୱାଲର୍ଡ଼ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ) ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶାର କ୍ରୀଡ଼ାବିତ୍ମାନେ ଭଲ ପ୍ରଦର୍ଶନ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଆଶାବ୍ୟକ୍ତ କରିଛନ୍ତି।
Athletics Federation of India, Secretary Shri Sandeep Mehta spoke about the upcoming World Athletics Continental Tour Bronze Odisha 2025 and is confident that the state is ready to host the international event.#OdishaForSports#Athletics pic.twitter.com/C1qlDEsRcW
— Odisha Sports (@sports_odisha) July 11, 2025
ୱାଲର୍ଡ଼ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ) ପ୍ରତିଯୋଗିତାରେ ଭାରତ ସମେତ ବହୁ ଦେଶର କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିବେ। ଓଡ଼ିଶାରେ ଏହି ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରାଯିବ ବୋଲି ଆଥଲେଟିକ୍ସ ଫେଡ଼େରେସନ୍ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ଶ୍ରୀ ସନ୍ଦୀପ ମେହତା ମତପ୍ରକାଶ କରିଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଆଥଲେଟିକ୍ସ ଫେଡ଼େରେସନ୍ ଅଫ ଇଣ୍ଡିଆର ଟ୍ରେଜେରର ଶ୍ରୀ ବି.ଇ ସ୍ଟେନଲି ଜୋନ୍ସ ପ୍ରମୁଖ ଉପସ୍ଥିତ ଥିଲେ।
Ahead of the World Athletics Continental Tour Bronze event, Director, DSYS, Sri Deepankar Mohapatra, along with @afiindia and senior DSYS officials inspected the track and field at the #KalingaStadium.#OdishaForSports pic.twitter.com/Ufl6gQfZDN
— Odisha Sports (@sports_odisha) July 12, 2025