BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମା ଦକ୍ଷିଣ କାଳୀ ମନ୍ଦିରରେ କାଳୀ ପୂଜା ଓ ଦୀପାବଳି ଉତ୍ସବ

ଭୁବନେଶ୍ୱର ; ଚନ୍ଦ୍ରଶେଖରପୁର ପ୍ରେସ୍ କଲୋନୀ ସ୍ଥିତ ମା ଦକ୍ଷିଣ କାଳୀ ମନ୍ଦିରରେ ମା କାଳୀଙ୍କ ପୂଜା ଆରମ୍ଭ ହେବା ସହ ଦୀପାବଳି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରବିବାର ରାତିରେ ଅଙ୍କୁରାରୋପଣ ହୋଇ ସୋମବାର ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମନ୍ଦିରର ସମ୍ପାଦକ ଜନକର ସାହୁଙ୍କ ଭକ୍ତାବଧାନରେ ସ୍ଥାନୀୟ ସପ୍ତମ ବାଟାଲିୟନ ପୁଷ୍କରଣୀରୁ ପାଣି ଗ୍ରହଣ କରାଯିବା ପରେ ଘଟସ୍ଥାପନ, ମଣ୍ଡଳ ପୂଜା, ଉପଚାର ପୂଜା, ଚଣ୍ଡୀପାଠ, ସନ୍ଧିପୂଜା, ୧୦୮ ଦୀପ ଉତ୍ସର୍ଗ, କୁଷ୍ମାଣ୍ଡ ବଳିଦାନ, ଆଳତି ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା । ମନ୍ଦିରରେ ବହୁ ଭକ୍ତ ଉପସ୍ଥିତ ରହି ଦୀପାବଳି ଉତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ଓାର୍ଡ କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ ମା ଙ୍କ ଆଶୀର୍ବାଦ ଲାଭ କରିବା ସହିତ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଦିତ କରି ମିଠା ଖୁଆଇ ଦୀପାବଳି ମନାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ପ୍ରଶନ୍ନ କୁମାର ସାହୁ, ଚଗଲା ଜେନା, ମିଟୁ ପରିଡା, ଗଗନ ପଣ୍ଡା ଓ ବାବୁ ଭାଇ ଟିମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ପୁଜା ଛଅ ଦିନ ଧରି ଚାଲିବ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନା ବଜାର, ଦୋଳିର ବ୍ୟବସ୍ଥା କରାଯାଇଛି । ତିନିଦିନ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ଜଣା ଯାଇଛି ।