BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସ୍ତ୍ରୀ ଛୁରା ମାଡ଼ରେ ସ୍ବାମୀ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ସ୍ତ୍ରୀଙ୍କ ଛୁରା ମାଡ଼ରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ମିଳିଛି । ମୃତ ବ୍ୟକ୍ତି ୩୫ ବର୍ଷୀୟ କାଳିଆ ସେଠୀ ବୋଲି ପରିଚୟ ମିଳିଛି ।

ସ୍ଥାନୀୟ ସୂଚନା ଅନୁଯାୟୀ, କାଳିଆ ସେଠୀ ୧୫ ବର୍ଷ ପୂର୍ବେ ପୋଲସରା ଡିମ୍ୱିରିଆ ଗ୍ରାମର ପୂଜା ସେଠୀ ସହିତ ପ୍ରେମ ବିବାହ କରିଥିଲେ । କିଛି ଦିନ ହେଉଛି, ସ୍ତ୍ରୀ ପୂଜାଙ୍କ ମୋବାଇଲ ମାଧ୍ୟମରେ ଅନ୍ୟ ବ୍ୟକ୍ତିଙ୍କ ସହ କଥା ହେଉଥିବା ନେଇ ସ୍ବାମୀ ସନ୍ଦେହ କରୁଥିଲେ । ଏନେଇ ସେମାନଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ଚାଲିଥିଲା ।

ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ଗତ ରାତିରେ କାଳିଆ ଘରେ ଶୋଇଥିବା ବେଳେ ପୂଜା ତାଙ୍କୁ ଛୁରା ମାଡ଼ କରି ହତ୍ୟା କରିଥିଲେ । ଘଟଣା ସମ୍ବଦ୍ଧରେ ସୂଚନା ମିଳିବା ପରେ କବିସୂର୍ଯ୍ୟନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ ଏବଂ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତା ପୂଜା ସେଠୀ ବିରୁଦ୍ଧରେ ଆଇନନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ