BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ହାତୀଟିର ଜୀବନ ଯେଭଳି ମୂଲ୍ୟବାନ ମଣିଷ ଜୀବନ ମଧ୍ୟ ସେଭଳି ମୂଲ୍ୟବାନ

ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ହାତୀ ଉପଦ୍ରବ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

ଫୁଲବାଣୀ :ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ରବିବାର ସଂନ୍ଧ୍ୟାରେ ବନାନୀ କଳା ସଂଙ୍ଗମ ଠାରେ ଡ ଅରୂପ ଜେନାଙ୍କ ପୌରୋହିତ୍ୟରେ ଜିଲ୍ଲାରେ ହାତୀ ଉପଦ୍ରବରୁ ସୁରକ୍ଷା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।କମିଟିର ଆବାହକ ଅଶୋକ ପରିଡା ଅତିଥି ସ୍ୱାଗତ କରି କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଠାରେ ହାତୀ ଉପଦ୍ରବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।ହାତୀଟିର ଜୀବନ ଯେଭଳି ମୂଲ୍ୟବାନ ମଣିଷ ଜୀବନ ମଧ୍ୟ ସେଭଳି ମୂଲ୍ୟବାନ ବୋଲି ବନ ବିଭାଗ ଓ ସରକାରଙ୍କୁ ଚେତାବନୀ ଦେଇଥିଲେ।

କିନ୍ତୁ ଦୀର୍ଘ ୧୦ଦିନ ଧରି ହାତୀଟି ଜି ଉଦୟଗିରି ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଛି।ଯାହା ଫଳରେ ଦୁଇ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଗାଇଗୋରୁ ମାରିବା ଓ ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛି।କନ୍ଧମାଳ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ହେଉନାହିଁ। କନ୍ଧମାଳ ଜିଲ୍ଲାରେ କେମିତି ଗୋଟିକିଆ ହାତୀଟି ଉପଦ୍ରବ କରି ମଣିଷ ମାରୁଛି ତାର ମଜା ଦେଖୁଛନ୍ତି ରାଜ୍ୟ ବନ ବିଭାଗ ବୋଲି ଆଲୋଚନା ହୋଇଛି।ସମସ୍ତ ଚେଷ୍ଟା ସତ୍ତ୍ବେ ଫୁଲବାଣୀ ବନ ବିଭାଗ ହାତୀଟିକୁ ତାର ଦଳନିକଟକୁ ଫେରାଇବାରେ ବିଫଳ ହୋଇଥିବା ବେଳେ ରାଜ୍ୟ ସରକାର କୌଣସି ବିଶେଷଜ୍ଞ ଟିମ ନ ପଠାଇବା ଦୁର୍ଭାଗ୍ୟଜନକ।

ହାତୀ ଜନସାଧାରଣଙ୍କର ବହୁ କ୍ଷୟକ୍ଷତି କରୁଥିବା ବେଳେ ଜଙ୍ଗଲ ବିଭାଗ ନିୟନ୍ତ୍ରଣ ନ କରିପାରିବା ଦ୍ୱାରା ମାନବ ଅଧିକାର ଉଲଂଘନ ହେଉଛି। ଏହି ଅବସରରେ ଆଇନଜୀବୀ ବିଜୟ କୃଷ୍ଣ ପଟନାୟକଙ୍କ ସହ କୁଇ ସମାଜ ସଂମ୍ପାଦକ ଅବନି କହଁର, ବରିଷ୍ଠ ନାଗରିକ ସଂଘର ସଭାପତି ପଦ୍ମଚରଣ ସ୍ୱାଇଁ,କାର୍ଯ୍ୟକାରୀ ସଭାପତି ନବ କିଶୋର ରଥ,ସାମାଜିକ କର୍ମୀ ପରେଶ ମହାପାତ୍ର,ଶିକ୍ଷକ ସଂଘ ସଂମ୍ପାଦକ ବଂଶୀଧର ପଣ୍ଡା, ଦେବୀ ପ୍ରସାଦ ଶତପଥୀ, ଡ ପୂର୍ଣ୍ଣେନ୍ଦୁ ତ୍ରିପାଠୀ, ପଦ୍ମ ଚରଣ ସାହୁ ,ଗଣମାଧ୍ୟମ ପ୍ରତିନିଧି ସୁନିଲ ବିଶ୍ୱାଳ,ଆଦିତ୍ୟ ତ୍ରିପାଠୀ ପ୍ରମୁଖ ହାତୀକୁ ହଟାଇବାକୁ ରାଜ୍ୟ ସରକାର ପଦକ୍ଷେପ ନ ନେଲ ଜନସାଧାରଣ ରାଜ ରାସ୍ତାକୁ ଓହ୍ଲାଇ ବାକୁ ବାଧ୍ୟ ହେବେ ବୋଲି କହିଥିଲେ।

ମିଳିତ ନାଗରିକ କମିଟି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି।ହାତୀମାନଙ୍କ ପାଇଁ ଜଙ୍ଗଲରେ ସ୍ଥାନ ଅଭାବ ଓ ଖାଦ୍ୟ ଅଭାବ ଯୋଗୁଁ ହାତୀ ଜନବସତିକୁ ଆସିବା ମୁଖ୍ୟ କାରଣ ବୋଲି ଆଲୋଚନା କରାଯାଇଥିଲା।ବନ୍ୟପ୍ରାଣୀଙ୍କ ରୂତୁକାଳୀନ ଖାଦ୍ୟ ଉପଯୋଗୀ ବୃକ୍ଷ ରୋପଣ ଓ ପାନୀୟ ଜଳ ଜଙ୍ଗଲ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣର କରାଗଲେ ହାତୀ ବା ଅନ୍ୟଜୀବଜନ୍ତୁ ଜନ ବସତିକୁ ଆସିବେ ନାହିଁ।

ଦ୍ୱିତୀୟରେ ଜନ ସାଧାରଣ ଆତଙ୍କିତ ଓ ଉତ୍ୟକ୍ତ ଅବସ୍ଥାରେ ଥିବାରୁ କୌଣସି ଦୃବୃତ୍ତ କେତେବେଳେ ଯେ କଣ ଘଟାଇବ ଯାହା ଫଳରେ ଗୋଟିଏ ନୀରିହ ପ୍ରାଣୀର ଜୀବନ ଚାଲିଯାଇପାରେ। ତେଣୁ ରାଜ୍ୟ ବନବିଭାଗର ବିଶେଷଜ୍ଞ ଟିମ ଆସି ହାତୀକୁ କାବୁ କରି ତାର ଦଳ ନିକଟରେ ତୁରନ୍ତ ଛାଡିବା ଆବଶ୍ୟକ।

ଶେଷରେ ପ୍ରଭାସ ନାୟକ ଧନ୍ୟବାଦ ଦେଇଥିଲେ।