BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜେଏଲଆର ଇଣ୍ଡିଆର ରେକର୍ଡ, ୨୦୨୪ ପ୍ରଥମ ଅର୍ଦ୍ଧବାର୍ଷିକରେ ୨,୩୫୬ ୟୁନିଟ ବିକ୍ରି

୨୦୨୩ ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ରେକର୍ଡ ବିକ୍ରି ସହିତ ଜେଏଲଆର ୨,୩୫୬ ୟୁନିଟ ବିକ୍ରି ଲକ୍ଷ୍ୟ ହାସଲ କରିଛି । ଏହା ସହିତ ପୂର୍ବ ବର୍ଷ ତୁଳନାରେ ସମାନ ସମୟରେ ୧୦୫ ପ୍ରତିଶତ ଅଭିବୃଦ୍ଧି ସହିତ ଜେଏଲଆର ଇଣ୍ଡିଆ ସର୍ବଶ୍ରେଷ୍ଠ ଅର୍ଦ୍ଧବାର୍ଷିକ କାର୍ଯ୍ୟଦକ୍ଷତା ରିପୋର୍ଟ ହାସଲ କରିଛି । ଶକ୍‌ତିଶାଳୀ ଅର୍ଦ୍ଧ ବାର୍ଷିକ ଅଭିବୃଦ୍ଧି ଉଭୟ ତ୍ରୟମାସରେ ରେକର୍ଡ ବିକ୍ରୟ ଦ୍ୱାରା ପରିଚାଳିତ ହୋଇଛି । ଦ୍ୱିତୀୟ ତ୍ରୟମାସରେ ୧୦୮ ପ୍ରତିଶତ ଅଭିବୃଦ୍ଧି ସହିତ ୧,୩୦୮ ୟୁନିଟ ବିକ୍ରି ହୋଇଥିଲା ।
ଗତ ବର୍ଷ ସମାନ ଅବଧି ତୁଳନାରେ ଜେଏଲଆର ଇଣ୍ଡିଆ ପ୍ରଥମ ତ୍ରୟମାସରେ ୧୦୨ ପ୍ରତିଶତ ବିକ୍ରୟ ଅଭିବୃଦ୍ଧି ରିପୋର୍ଟ କରିଛି ।
୨୦୨୪ ଆର୍ଥିକ ବର୍ଷରେ ଅର୍ଡର ବୁକରେ କ୍ରମାଗତ ବୃଦ୍ଧି ହୋଇଛି । ଗତ ବର୍ଷ ସମାନ ସମୟ ତୁଳନାରେ ପ୍ରଥମ ଅର୍ଦ୍ଧବାର୍ଷିକରେ କ୍ଲୋଜିଂ ଅର୍ଡର ବୁକ ୯୦ ପ୍ରତିଶତ ଅଧିକ ରହିଛି । ରେଞ୍ଜ ରୋଭର, ରେଞ୍ଜ ରୋଭର ସ୍ପୋର୍ଟ ଏବଂ ଡିଫେଣ୍ଡରର ମୋଟ ଅର୍ଡର ବୁକରେ ୭୨ ପ୍ରତିଶତ ଯୋଗଦାନ ରହିଛି । ର୍ବମାନର ମୋଟ ଅର୍ଡର ବୁକ ଆଠ ମାସରୁ ଅଧିକ ବିକ୍ରୟ ପାଇଁ ଅନ୍ତର୍ଭୁକ୍‌ତ କରିଛି ।

ଏହି ଅବସରରେ ଜେଏଲଆର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜନ ଅମ୍ବା କହିଲେ, ୨୦୨୪ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷକରେ ଏବଂ ଦ୍ୱିତୀୟ ଅର୍ଦ୍ଧବାର୍ଷିକରେ ଆମର ଦୃଢ଼ ପ୍ରଦର୍ଶନକୁ ନେଇ ଆମେ ଖୁସି । ଆମର ଅର୍ଡର ବୁକରେ କ୍ରମାଗତ ଅଭିବୃଦ୍ଧି ଆମର ବ୍ରାଣ୍ଡ ଏବଂ ଉତ୍ପାଦଗୁଡିକର ଚାହିଦା ଭାରତୀୟ ଗ୍ରାହକଙ୍କ ମଧ୍ୟରେ ବୃଦ୍ଦି ପାଉଥିବା ସୂଚିତ କରିଛି । ଆମେ ନୂତନ ଉତ୍ପାଦଗୁଡିକୁ ଉପସ୍ଥାପନ କରିବା ଜାରି ରଖିବୁ ଯାହା ଆମର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ ।
୨୪ ମାଇଁ ରେଞ୍ଜ ରୋଭର ଭେଲାରର ସଫଳ ଉନ୍ମୋଚନ ସହିତ ରେଞ୍ଜ ରୋଭର, ରେଞ୍ଜ ରୋଭର ସ୍ପୋର୍ଟ ଏବଂ ଡିଫେଣ୍ଡରର ଚାହିଦା ପ୍ରଥମ ଅର୍ଦ୍ଧବାର୍ଷିକରେ ଦୃଢ଼ ବିକ୍ରୟ ପ୍ରଦର୍ଶନ କରିଛି । ଅର୍ଦ୍ଧବାର୍ଷିକରେ ଡିଫେଣ୍ଡରର ୧୦୦୦ ୟୁନିଟ ବିକ୍ରି ସହିତ ସର୍ବୋମ ବିକ୍ରି ହୋଇଥିବା ମଡେଲ ଭାବେ ରେକର୍ଡ କରିଛି ।
ଜେଏଲଆର ସାର୍ଟିଫିକେଟ ପ୍ରି-ମାଲିକାନା ବ୍ୟବସାୟ ୨୦୨୪ ଆର୍ଥିକ ବର୍ଷର ଅର୍ଦ୍ଧବାର୍ଷିକରେ ୮୩ ପ୍ରତିଶତ ବୃଦ୍ଧି ପାଇଛି ।

ଜେଏଲଆରର ରିଇମାଜିନ ରଣନୀତି ଡିଜାଇନ ଦ୍ୱାରା ଆଧୁନିକ ବିଳାସର ଏକ ସ୍ଥିରତା-ସମୃଦ୍ଧ ଦର୍ଶନ ପ୍ରଦାନ କରୁଛି । ୨୦୩୯ ସୁଦ୍ଧା ଆମର ଯୋଗାଣ ଶୃଙ୍ଖଳା, ଉତ୍ପାଦ ଏବଂ ଅପରେଶନ ମଧ୍ୟରେ କାର୍ବନ ନେଟ ଶୂନରେ ପରିଣତ ହେବା ପାଇଁ ଆମେ ଆମର ବ୍ୟବସାୟକୁ ପରିର୍ବନ କରୁଛୁ । ଅନୁମୋଦିତ, ବିଜ୍ଞାନ ଭିିକ ଲକ୍ଷ୍ୟ ମାଧ୍ୟମରେ ୨୦୩୦ସୁଦ୍ଧା ଆମର ନିଜସ୍ୱ ଅପରେଶନ ଏବଂ ମୂଲ୍ୟ ଶୃଙ୍ଖଳା ମଧ୍ୟରେ ନିର୍ଗମନକୁ ହ୍ରାସ କରିବା ପାଇଁ ଆମେ ଏକ ରୋଡମ୍ୟାପ ସ୍ଥିର କରିଛୁ । ବିଦ୍ୟୁତିକରଣ ଏହି ରଣନୀତିର କେନ୍ଦ୍ର ଅଟେ ଏବଂ ଦଶନ୍ଧି ଶେଷ ହେବା ପୂର୍ବରୁ ଆମର ରେଞ୍ଜ ରୋଭର, ଆବିଷ୍କାର ଏବଂ ଡିଫେଣ୍ଡରର ବୈଦ୍ୟୁତିକ ମଡେଲ ଥିବାବେଳେ ଜାଗୁଆର ସମ୍ପୂର୍ଣ୍ଣ ବୈଦ୍ୟୁତିକ ହେବ ।
ଜେଏଲଆର ଟାଟା ସନ୍ସ୍ରର ଟାଟା ମୋଟର୍ସ ଲିମିଟେଡର ଏକ ଅଂଶୀଦାର ।
ଜେଏଲଆର ଇଣ୍ଡିଆ ଉତ୍ପାଦ ପୋର୍ଟଫୋଲିଓ ମଧ୍ୟରେ ରେଞ୍ଜ ରୋଭର, ରେଞ୍ଜ ରୋଭର ସ୍ପୋର୍ଟ, ରେଞ୍ଜ ରୋଭର ଭେଲାର, ରେଞ୍ଜ ରୋଭର ଇଭୋକ, ଡିଫେଣ୍ଡର, ଡିସକଭର, ଡିସକଭର ସ୍ପୋର୍ଟ, ଜାଗୁଆର ଆଇ-ପେସ,ଜାଗୁଆର ଏଫ-ପେସ, ଜାଗୁଆର