BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ଜେଇଇ ମନ୍ ପରୀକ୍ଷା ସ୍ଥଗିତ।

ଭୁବନେଶ୍ୱର,୧୮/୪(ବ୍ୟୁରୋ): ୨୦୨୧ ଜେଇଇ (ମେନ) ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖାଯାଇଛି। ଏ ନେଇ ଆଜି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଘୋଷଣା କରିଛି। ଚଳିତ ମାସ ୨୮, ୨୮ ଓ ୩୦ ତାରିଖରେ ହେବାକୁ ଥିବା ମେନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଦେଶରେ ବୃଦ୍ଧି ପାଉଥିବା କରୋନାର ସାନି ସଂକ୍ରମଣକୁ ଦୃଷ୍ଟିରୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଯଦି ପରୀକ୍ଷା ହୋଇଥାନ୍ତା ତାହେଲେ ପରୀକ୍ଷାର୍ଥୀମାନେ ସେମାନଙ୍କ ଘରକୁ ଫେରିବା ପରେ ସ୍ଥିତି ଜଟିଳ ହୋଇପଡ଼ିଥାଆନ୍ତା। ତେଣୁ ଜେଇଇର ତୃତୀୟ ତଥା ଏପ୍ରିଲ ସେସନକୁ ସ୍ଥଗିତ ରଖାଯାଇଛି।
ଏହି ପରୀକ୍ଷା ପୁଣି କେବେ ଅନୁଷ୍ଠିତ ହେବ ସେ ନେଇ ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଜଣାଇବେ। ପରୀକ୍ଷା ହେବାର ଅନ୍ତତଃ ୧୫ ଦିନ ପୂର୍ବରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରୀକ୍ଷା ପରିଚାଳନା ସଂସ୍ଥା କହିଛି। ପୂର୍ବରୁ ୨୦୨୧ର ଚାରି ସେସନ ବିଶିଷ୍ଟ ଜେଇଇ ମେନ ପ୍ରବେଶିକା ପରୀକ୍ଷାର ଦୁଇଟି ପର୍ଯ୍ୟାୟ ଶେଷ ହୋଇସାରିଛି। ପ୍ରଥମ ପର୍ଯ୍ୟାୟ ଚଳିତ ବର୍ଷ ଫେବୃଆରୀ ୨୩ରୁ ୨୬ ଓ ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୬ରୁ ୧୮ ଯାଏଁ ଅନୁଷ୍ଠିତ ହୋଇଥିଲା। ତେବେ ଏହି ପରୀକ୍ଷା ଘୁଞ୍ଚିବା ଫଳରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି କହିଛି। ଛାତ୍ରଛାତ୍ରୀମାନେ ‘ଏନଟିଏସ ଅଭ୍ୟାସ ଆପ’ ଜରିଆରେ ଘରେ ରହି ଏହି ପରୀକ୍ଷା ପାଇଁ ଅଭ୍ୟାସ କରିପାରିବେ।