BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମାର୍ଚ୍ଚ ୧୨ ଜେଇଇ ମେନ ଆବେଦନ ଶେଷ ତାଊ

ଭୁବନେଶ୍ୱର : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୨୩ର ଦ୍ୱିତୀୟ ସେସନ ବା ସେସନ-୨ ଏପ୍ରିଲ ୬ରୁ ୧୨ ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ସମେତ ଦେଶ ବାହାରର ୧୭ ସହରରେ ପରୀକ୍ଷା କେନ୍ଦ୍ର ରହିବ। ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୨ରେ ଏହି ଆବେଦନ ପ୍ରକ୍ରିୟା ଶେଷ ହେବ। ତେବେ କେବେ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହେବ ଓ କେବେ ରେଜଲ୍ଟ ପ୍ରକାଶ ପାଇବ ସେନେଇ ଖୁବ୍‌ଶୀଘ୍ର ଜେଇଇ ମେନ୍‌ ପୋର୍ଟାଲରେ ସୂଚନା ଦିଆଯିବ ବୋଲି ଏନ୍‌ଟିଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜେଇଇ ମେନ୍‌ ସେସନ-୧ରେ ରେକର୍ଡ ସଂଖ୍ୟକ ୯୫.୮୦% ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ଇଂଲିଶ, ହିନ୍ଦୀ, ଓଡ଼ିଆ ସମେତ ୧୩ଟି ଭାଷାରେ ଅନୁଷ୍ଠିତ ହୋଇଥିଲା। ଗତ ୭ ତାରିଖରେ ଏହାର ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ୨୦ଜଣ ଛାତ୍ରୀଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର୍‌ ରଖିଥିଲେ। ତେବେ ସେସନ-୨ ପରୀକ୍ଷା ସରିବା ପରେ ଦୁଇଟି ସେସନର ସ୍କୋର୍‌କୁ ଆଧାର କରି ରେଜଲ୍ଟ ପ୍ରକାଶ କରାଯିବ। ଏହି ରେଜଲ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୨.୬ ଲକ୍ଷ ଛାତ୍ରୀଛାତ୍ର ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଜେଇଇ ଆଡଭାନ୍ସଡ୍‌ରେ ଯେଉଁମାନେ ମନୋନୀତ ହେବେ ସେମାନେ ଦେଶର ୨୩ଟି ଆଇଆଇଟିରେ ଇଞ୍ଜିନିୟରିଂ ନାମ ଲେଖାଇପାରିବେ।