BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କିଟ୍‌ରେ ଜାପାନ ଫିଲ୍ମ ଫେଷ୍ଟିଭଲ୍ ଉଦ୍‌ଘାଟିତ

ଭୁବନେଶ୍ୱର: କିଟ୍ ପରିସରରେ ଆଜିଠାରୁ ଆରମ୍ଭ ହୋଇଛି ଜାପାନ ଚଳଚ୍ଚିତ୍ର ମହୋତ୍ସବ। ଦ୍ୱିତୀୟ ଥର ପାଇଁ ଏହି ଜାପାନ ଚଳଚ୍ଚିତ୍ର ମହୋତ୍ସବ କିଟ୍ ପରିସରରେ ଅନୁଷ୍ଠିତ ହେଉଛି। କୋଲକାତାସ୍ଥିତ ଜାପାନ କନ୍‌ସୁଲେଟ୍‌ଜାପାନ ଫାଉଣ୍ଡେସନ୍ ଓ ଫେଡେରେସନ୍ ଅଫ୍ ଫିଲ୍ମ ସୋସାଇଟିଜ୍ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ସହଯୋଗରେ ଏହି ଚଳଚ୍ଚିତ୍ର ମହୋତ୍ସବ ଉଦ୍‌ଘାଟିତ ହୋଇଛି।

୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ଆଜି କୋଲକାତାସ୍ଥିତ ଜାପାନ କନସୁଲ୍ ଜେନେରାଲ୍ ଇଶିକା ୟୋଶିହିସାମିତ୍‌ସୁବିସି କର୍ପୋରେସନ୍ ଇଣ୍ଡିଆ କୋଲକାତା ଶାଖାର ମୁଖ୍ୟ ହିମାଂଶୁ ଆଚାର୍ଯ୍ୟକିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହକିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବଶିଷ ବନ୍ଦୋପାଧ୍ୟାୟକିଟ୍ ଫିଲ୍ମଫେସନ ଓ ଗଣ ଯୋଗାଯୋଗ ସ୍କୁଲ୍ ମହାନିର୍ଦ୍ଦେଶକ ହିମାଂଶୁ ଖଟୁଆ ଓ କିଟ୍ ଅନ୍ତର୍ଜାତୀୟ ବ୍ୟାପାର ବିଭାଗ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଥିଲା।

ଏହି ଅବସରରେ ବକ୍ତବ୍ୟ ଦେଇ ଶ୍ରୀ ଇଶିକାୟୋଶିହିସା କହିଲେଦ୍ୱିତୀୟ ଥର ପାଇଁ ଜାପାନ ଚଳଚ୍ଚିତ୍ର ମହୋତ୍ସବ କିଟ୍‌ରେ ଚାଲିବା ନିଶ୍ଚିତ ଭାବେ ଭାରତ-ଜାପାନ ସାଂସ୍କୃତିକ ସହଯୋଗକୁ ମଜଭୁତ କରିବ। ଭବିଷ୍ୟତରେ ଏହି ସହଯୋଗ ଜାରି ରହିବ ବୋଲି ସେ ଆଶା କରିଥିଲେ। ଏହି ପରିପ୍ରେକ୍ଷୀରେ ଜାପାନ ଚଳଚ୍ଚିତ୍ର ମହୋତ୍ସବକୁ ପ୍ରଚାର ପ୍ରସାର କରାଇବା ଦିଗରେ ସହଯୋଗର ହାତ ବଢ଼ାଇଥିବାରୁ ସେ କିଟ୍‌କିସ୍ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଆଜି ଉଦ୍‌ଘାଟନୀ ଉତ୍ସବରେ ‘ଫାଦର ଅଫ୍ ମିଲ୍‌କୀ ୱେ ରେଲ୍‌ରୋଡ଼’ ପ୍ରଦର୍ଶନ ହୋଇଥିଲା। ଆସନ୍ତା କାଲି ‘ପ୍ରିନ୍‌ସେସ୍ ଆରେଟେ’ ଓ ‘ଲେଡି କାଗା’ ପ୍ରଦର୍ଶିତ ହେବାକୁ ଥିବା ବେଳେ ୨୪ ତାରିଖରେ ‘ରାଇଡ୍ ଇଓର ୱେଭ୍‌’ ଏବଂ ‘ଦି ଜେନ୍ ଡାଏରୀ’ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।