BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବାଗଚୀ ଦ୍ବୟଙ୍କ ଅନୁଦାନରେ ଯାଜପୁରରେ ନିର୍ମିତ ହେଲା ବୃହତ ଚକ୍ଷୁ ହସ୍ପିଟାଲ।

ଯାଜପୁର : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ଓ ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚିଙ୍କ ସହାୟତାରେ ଯାଜପୁର ଜିଲା ଦଶରଥପୁର ବ୍ଲକ ତଳିହା ପଣ୍ଡା ସାହିରେ ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ନିର୍ମାଣ ଚାଲିଛି। ଖୁବ୍ ଶୀଘ୍ର ଏହାର ଲୋକାର୍ପଣ ହେବାର ସୂଚନା ମିଳିଛି ା ଏହି ଚିକିତ୍ସାଳୟ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ତିନି କୋଟି ଟଙ୍କା ବ୍ୟୟ କରାଯିବ। ତଳିହା ଗ୍ରାମର ହରିହର ପଣ୍ଡା ଓ ଶକୁନ୍ତଳା ପଣ୍ଡାଙ୍କ ସୁଯୋଗ୍ୟା କନ୍ୟା ସୁସ୍ମିତା I ଆଖପାଖରେ ଚକ୍ଷୁ ଚିକିତ୍ସାଳୟ ନଥିବାରୁ ଗରିବ ଲୋକମାନେ କଟକ, ଭୁବନେଶ୍ବର ଯାଇ ଚିକିତ୍ସା କରାଉଥିଲେ I ଏହାକୁ ଦୃଷ୍ଟିରେ ରଖି ବାଗଚି ଦମ୍ପତି ପଣ୍ଡା ସାହିରେ ପ୍ରାୟ ୩ ହଜାର ବର୍ଗ ଫୁଟ ଜାଗାରେ ଚାରି ମହଲା ବିଶିଷ୍ଟ ଅଟ୍ଟାଳିକାରେ ଚକ୍ଷୁ ଚିକିତ୍ସାଳୟ ଖୋଲିବେ I ଏହା କାର୍ଯ୍ୟକ୍ଷମ ହେଲେ ଯାଜପୁର, କେନ୍ଦ୍ରପଡା ଓ ଭଦ୍ରକ ଜିଲାର ଲୋକେ ଉପକୃତ ହେବେ I