BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜଜବା ପକ୍ଷରୁ ହର୍ ଘର ତ୍ରିରଙ୍ଗା କାର୍ଯକ୍ରମରେ ଭିନ୍ନକ୍ଷମ ମାନଙ୍କୁ ହ୍ୟାଣ୍ଡ ଷ୍ଟିକ୍ ଓ ଜାତୀୟ ପତାକା ବଣ୍ଟନ

ଭୁବନେଶ୍ୱର : ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଓ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଜଜବା ଅନୁଷ୍ଠାନ ପକ୍ଷରୁ ହର୍ ଘର ତ୍ରିରଙ୍ଗା କାର୍ଯକ୍ରମ ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଆଜି ଠାରୁ ତିନିଦିନ ବ୍ୟାପୀ ସମସ୍ତଙ୍କ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ନିବେଦନ କରାଯାଇଛି । କେବଳ ଓଡ଼ିଶା ନୁହେଁ ସାରା ଭାରତରେ ହର୍ ଘର ତିରଙ୍ଗା କାର୍ଯକ୍ରମ ଆୟୋଜିତ ହେଉଛି । ଏହି କାର୍ଯକ୍ରମ ଦ୍ବାରା ଆମ ହୃଦୟରେ ଦେଶ ପ୍ରେମ ଜାଗ୍ରତ କରିବା ସହିତ ଜାତୀୟତା ବୋଧର ଅନୁଭବ ଆଣିବ । ଏହି ଅବସରରେ କାର୍ଯକ୍ରମରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷଙ୍କୁ ତ୍ରିରଙ୍ଗା ବଣ୍ଟନ କରାଯାଇଥିଲା । ବର୍ତମାନ ସୁଦ୍ଧା କଟକ,ଭୁବନେଶ୍ୱର, ଖୋର୍ଦ୍ଧା,ଜଟଣୀ,ପିପିଲି,ସାଲେପୁର , କଟକ ସଦର ପ୍ରଭୁତି ଅଞ୍ଚଳରେ ପ୍ରାୟ ୧୦ ହଜାର ତ୍ରିରଙ୍ଗା ବଣ୍ଟନ ସରିଛି । ଜଜବା ଅଧ୍ୟକ୍ଷ ସଫଦର ହାସୀମଙ୍କ ପୌରହିତ୍ୟରେ ଆୟୋଜିତ ଏହି ହର୍ ଘର ତ୍ରିରଙ୍ଗା କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଡିଫେଣ୍ଡରସ୍ ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ,ରାଜ୍ୟ ସଭାପତି ଜିତେନ୍ଦ୍ର ପାତ୍ର , ବାଇକ୍ ରାଣୀ ତଥା ସମାଜସେବୀ ଅମ୍ରିତା ସିଂହ , ସମାଜସେବୀ ତଥା ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥା , ସମାଜସେବୀ ହାସଂନ ଖାଁ, ଡ କଲିମ୍ଉଲ୍ଲା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ବଣ୍ଟନ କରିଥିଲେ । ଏଥିରେ ବହୁ ଭିନ୍ନକ୍ଷମ ମାନଙ୍କୁ ତ୍ରିରଙ୍ଗା ବଣ୍ଟନ ସହିତ ହ୍ୟାଣ୍ଡଷ୍ଟିକ୍ ବଣ୍ଟନ କରାଯାଇଛି । କାର୍ଯକ୍ରମ କୁ ସାମ୍ବାଦିକ ସୁକାନ୍ତ ରାଉତ,ଅଭିନେତା ବାବୁ ରାଜା ପରିଚାଳନା କରିଥିଲେ ।