BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଯାଜପୁରରେ ଝାଡାବାନ୍ତି ନେଉଛି ଜୀବନ, ୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘଟିଥିବା ଝାଡାବାନ୍ତି ଘଟଣା ଏବେ ମରଣାନ୍ତକ ରୂପ ଧାରଣ କରିଛି। ଏହି ଝାଡ଼ାବାନ୍ତି ଲୋକଙ୍କ ଜୀବନ ନେଉଛି। ଗତ ଦୁଇ ଦିନ ମଧ୍ୟରେ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସରକାରୀ ସ୍ତରରେ ଆରଡିସି ଏଥିପାଇଁ ୩ ମୃତ୍ୟୁ ନିଶ୍ଚିତ କରିଛନ୍ତି।

ସୂଚନା ଅନୁଯାୟୀ, ଦାନଗଦି ଅଞ୍ଚଳରେ ୩ ଜଣ, ଯାଜପୁର ରୋଡ଼ ଅଞ୍ଚଳରେ ୧ ଜଣ, ଯାଜପୁର ବ୍ଲକ ଅଞ୍ଚଳରେ ୧ ଜଣ ଓ ବଡ଼ଚଣା ଅଞ୍ଚଳରେ ୨ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି।

ଦାନଗଦି ଅଞ୍ଚଳର ଜଣେ ଆନନ୍ଦପୁର ମେଡ଼ିକାଲ ଓ ଜଣେ କଟକ ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହାରିଛନ୍ତି। ଯାଜପୁର ରୋଡ଼ ମେଡ଼ିକାଲରେ ଗତକାଲି ଜଣେ ମୃତ୍ୟୁ ବରଣ କରିଥିଲେ। ଏଥିପାଇଁ ଅଞ୍ଚଳରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି।

ହଜାରିସାହି ଅଞ୍ଚଳର ଜଣେ ଯୁବକ ଝାଡାବାନ୍ତି ଆକ୍ରାନ୍ତ ହୋଇ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ, ତାଙ୍କୁ ପରେ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ବଡ଼ଚଣା ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ୩୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ଅଛନ୍ତି। ଏପରି ପରିସ୍ଥିତିରେ ଜଣେ ନୁହେଁ, ଶହେ ଆକ୍ରାନ୍ତଙ୍କ ମଧ୍ୟରୁ ମୃତ୍ୟୁ ଘଟିବା ଆଶଙ୍କା ଲୋକଙ୍କୁ ଅତି ଭୟଭୀତ କରିଛି।

ଏହି ଘଟଣାର ଗମ୍ଭୀରତା ବୁଝି ସରକାରଙ୍କ ଦ୍ୱାରା ଦୁଇ ଜଣିଆ ରାଜ୍ୟସ୍ତରୀୟ ଡାକ୍ତରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଲୋକମାନେ ଚାହୁଁଛନ୍ତି ଯେ, ଶୀଘ୍ର ଏହି ଘଟଣାର କାରଣ ବାହାରି ଆସୁ ଓ ଏହା ପାଇଁ ଉଚିତ କାର୍ଯ୍ୟନୁଷ୍ଠାନ ହେଉ।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ