BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ଜେଲରେ କଏଦୀଙ୍କୁ ସାକ୍ଷାତ କରିପାରିବେ ସ°ର୍ପକୀୟ।

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଏଣିକି ଜେଲ୍‌ରେ କଏଦୀମାନେ ସିଧାସଳଖ ପରିବାର ଲୋକଙ୍କୁ ପ୍ରତ୍ୟେକ୍ଷ ସାକ୍ଷାତ କରିପାରିବେ। ଏନେଇ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ନିର୍ଦ୍ଦେଶ ଦେବା ସହ ଗତ ୨୩ ତାରିଖରେ ସମସ୍ତ ଜେଲ୍‌ ଅଧୀକ୍ଷକଙ୍କୁ ଚିଠି କରିଛନ୍ତି। ଏହାସହ ଜେଲରେ ଥିବା ଇ-ମୁଲାକାତ ବ୍ୟବସ୍ଥା ମଧ୍ୟ ଜାରି ରହିବ। ଇଚ୍ଛା ଅନୁସାରେ କଏଦୀମାନେ ଇ-ମୁଲାକାତ କରିପାରିବେ ନ ହେଲେ ପ୍ରତ୍ୟେକ୍ଷ ସାକ୍ଷାତ ମଧ୍ୟ କରିପାରିବେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, କୋଭିଡ୍‌ ପ୍ରଥମ ଲହର ସମୟରେ ଜେଲ୍‌ରେ ସଂକ୍ରମଣକୁ ଏଡାଇବା ପାଇଁ ପ୍ରତ୍ୟେକ୍ଷ ସାକ୍ଷାତକୁ ବନ୍ଦ କରାଯାଇଥିଲା। ସଂକ୍ରମଣ କମିବା ପରେ ଗତ ଫେବୃୟାରୀ ୨୧ରେ ପୁଣି ପ୍ରତ୍ୟେକ୍ଷ ସାକ୍ଷାତ୍‌କୁ ଅନୁମତି ମିଳିଥିଲା। ହେଲେ ଦ୍ୱିତୀୟ ଲହର ଆସିବା ପରେ ମେ’ଠାରୁ ପ୍ରତ୍ୟେକ୍ଷ ସାକ୍ଷାତକୁ ବନ୍ଦ ରଖାଯାଇଥିଲା। ଫଳରେ କଏଦୀଙ୍କ ମାନସିକ ସ୍ଥିତି ବିଗିଡି ଯାଉଥିବା ଜଣାପଡିଥିଲା। ଏବେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଜେଲ୍‌ ଡିଜି ଉପାଧ୍ୟାୟ ଏହି ପଦେକ୍ଷପ ଗ୍ରହଣ କରିଛନ୍ତି। ଏଥିସହ ଏସ୍‌ଓପି ମଧ୍ୟ ଜାରି କରିଛନ୍ତି। ସାକ୍ଷାତ ସମୟରେ ୧୦ଜଣରୁ ଅଧିକ ଲୋକେ ରହିବେ ନାହିଁ। ଜଣେ କଏଦୀ ଜଣେ ସମ୍ପର୍କୀୟଙ୍କ ସହ କଥା ହୋଇପାରିବେ। ସାକ୍ଷାତ ସମୟରେ କଏଦୀ ଓ ସମ୍ପର୍କୀୟ ମାସ୍କ ପରିଧାନ କରିବେ। ଉଭୟଙ୍କ ମଧ୍ୟରେ ୨ ମିଟର ଦୂରତା ରହିବ। ଜେଲ ଭିତରକୁ ପ୍ରବେଶ କରିବା ସମୟରେ ସମ୍ପର୍କୀୟଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ।