BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କେନାଲରୁ ମିଳିଲା ମଣିଷ ଖପୁରୀ

ଜଗତ୍‌ସିଂହପୁର,୪।୪: ଜଗତ୍‌ସିଂହପୁର ଥାନା ମାର୍କଣପୁର ଅନ୍ତର୍ଗତ ବଡ଼ବାଗ ନିକଟ ଶୁଖିଲା ମାଛଗଁା କେନାଲରୁ ଶନିବାର ଗୋଟିଏ ମଣିଷ ଖପୁରି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ମାମଲା (ନଂ. ୧୮/୨୨) ରୁଜୁ କରାଯାଇଛି। ଉକ୍ତ ଖପୁରିକୁ ପରୀକ୍ଷା ପାଇଁ କଟକସ୍ଥିତ ଫୋରେନ୍‌ସିକ ଲାବରେଟାରିକୁ ପଠାଯାଇଛିି। ଖପୁରିଟି ବଡ଼ବାଗ ଅଞ୍ଚଳର ରାମଚନ୍ଦ୍ର ସାହୁଙ୍କର ବୋଲି ଆଶଙ୍କା କରାଯାଉଛି। ବ୍ରାଉନ୍‌ସୁଗାର କାରବାରକୁ ନେଇ ଗତ ଅକ୍ଟୋବରରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହାପରେ ଏକ ଅଖାରେ ତାଙ୍କୁ ଭର୍ତ୍ତି କରି ଅଭିଯୁକ୍ତମାନେ ଉକ୍ତ କେନାଲରେ ପିଙ୍ଗି ଦେଇଥିଲେ। ସେତେବେଳେ କେନାଲରେ ପାଣି ଥିଲା। ଦଳଯୋଗୁ ଅଖାଟି ଭାସି ପାରି ନ ଥିଲା। ପରବର୍ତ୍ତୀ ସମୟରେ ଅଖା ସହ ରାମଚନ୍ଦ୍ରଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ମାତ୍ର ତାଙ୍କ ମୁଣ୍ଡ ମିଳି ନ ଥିଲା। ଏବେ କେନାଳ ପାଣି ଶୁଖିବା ପରେ ମିଳିଥିବା ଖପୁରିକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।