BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜୟ ଜଗନ୍ନାଥ ପରିବାର ପକ୍ଷରୁ ମହାପ୍ରସାଦ ବଣ୍ଟନ

ଭୁବନେଶ୍ୱର ; ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଲୋକଙ୍କ ପାଖରେ ପହଞ୍ଚେଇବାର ସଂକଳ୍ପ ନେଇ ଗଢି ଉଠିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ପରିବାର ପକ୍ଷରୁ ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ଅଷ୍ଟମୀ ଦିନ ଚନ୍ଦ୍ରଶେଖରପୁର ସ୍ଥିତ ହାଉସିଂ ବୋର୍ଡ କଲୋନୀ ଠାରେ ଅନୁଷ୍ଠିତ ଦୁର୍ଗାପୂଜା ମଣ୍ଡପରେ ମହାପ୍ରସାଦ ବଣ୍ଟନ କରାଯାଇଛି । ଅଷ୍ଟମୀ ବ୍ରତ ରଖିଥିବା ଶହଶହ ଭକ୍ତ ମହାପ୍ରଭୁଙ୍କ ପ୍ରସାଦ ପାଇ ଆତ୍ମତୃପ୍ତି ଲାଭ କରିଛନ୍ତି।
ଅନୁଷ୍ଠାନର ପ୍ରତିଷ୍ଠାତା ଭଗବାନ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ ମଧୁମାଧବ ଜେନା, ସମ୍ମାନିତ ଅତିଥି ଭାବେ ଯୁବନେତା ପ୍ରଶନ୍ନ କୁମାର ସାହୁ, ମନୋଜ କୁମାର ସାହୁ, ସମରେନ୍ଦ୍ର ସାହୁ ଯୋଗଦେଇ ସାରା ପୃଥରବୀର ଆରାଧ୍ୟ ଦେବତା, ଓଡିଶା ବାସୀଙ୍କ ହୃଦୟର ଠାକୁର ପ୍ରଭୂ ଜଗନ୍ନାଥଙ୍କ ମହାପ୍ରସାଦ ବଣ୍ଟନ କରାଯାଇ ଥିବାରୁ ପରିବାରର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ପରିବାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦାଶ ତାଙ୍କ ଅଭିଭାଷଣରେ କହିଥିଲେ କରୋନା ମହାମାରୀ ସମୟରେ ଏହି ପରିବାର ତିଆରି ହୋଇଛି । ଜଣେ ବରିଷ୍ଠ ନାଗରିକ କରୋନା ପିଡିତ ହୋଇ ଘରେ ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ଆହା ପଦେ କହିବାକୁ କେହି ଅସି ନଥିଲେ । ଆମ ପରିବାରର ସଦସ୍ୟ ମାନେ କରୋନାକୁ ଖାତିରି ନକରି ତାଙ୍କୁ ଡାକ୍ତର ଖାନାରେ ପହାଇବା ସହିତ ସେବା ଯୋଗାଇ ଦେଇଥିଲେ । ଏହି ଭଳି ଅନ୍ୟାନ୍ୟ ଅସୁବିଧାରେ ଲୋକଙ୍କ ପାଖରେ ପରିବାରର ସଦସ୍ୟ ମାନେ ପହଞ୍ଚି ସେବା ଯୋଗାଇ ଆସୁଛନ୍ତି । ଖାଲି ସେତିକି ନୁହେଁ ପରିବାର ପକ୍ଷରୁ ବୃକ୍ଷ ରୋପଣ, ଜଳସେବା, ରକ୍ତଦାନ ଭଳି ଜନହିତକର କାର୍ଯ୍ୟ ଜାରି ରହିଛି । ପୂଜା ପର୍ବାଣୀରେ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ କାର୍ଯ୍ୟକ୍ରମ କରାଯାଉଛି । ଆଗାମୀ ଦିନରେ ଏହାକୁ ଆହୁରି ତ୍ୱରାନିତ୍ୱ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସାରଦା ପ୍ରସାଦ ମହାନ୍ତି, ଆଶିଷ ପରିଜା, ମାନସ କୁମାର ମହାନ୍ତି, ଅକ୍ଷୟ ନାୟକ, ଦୁଷ୍ମନ୍ତ ପାଣିଗ୍ରାହୀ, ଅନିରୁଦ୍ଧ ଲେଙ୍କା, ରାମଚନ୍ଦ୍ର ନାୟକ, ଅଜୟ ମହାପାତ୍ର, ମନୋଜ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।