BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚେନ୍ନାଇକୁ ଜିତିବାକୁ ୧୮୮ ରନ୍ ଆବଶ୍ୟକ

ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ରବିନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୪ଟି ଓ୍ବିକେଟ ହରାଇ ୧୮୭ରନ୍‌ କରିଛି। ଫଳରେ ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ୧୮୮ରନ୍‌ର ଟାର୍ଗେଟ ଦେଇଛି ପଞ୍ଜାବ। ଟସ୍‌ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବର ଦୁଇ ଖେଳାଳି ଶିଖର ଧାଓ୍ବନ ଓ ବି ରାଜପୋକ୍ସେଙ୍କ ଯୋଡି ଭଲ ପ୍ରଦର୍ଶନ କରିଥିଲା। ଧାଓ୍ବନ ୫୯ ବଲ୍‌ରେ ୮୮ରନ୍‌ କରିଥିବା ବେଳେ ୯ଟି ଚୌକା ଓ ୨ଟି ଛକା ମାରିଥିଲେ। ରାଜପୋକ୍ସେ ୩୨ ବଲ୍‌ରେ ୪୨ ରନ୍‌ କରିଥିବା ବେଳେ ୨ଟି ଚୌକା, ୨ଟି ଛକା ମାରିଥିଲେ। ସେହିପରି ପଞ୍ଜାବ ଅଧିନାୟକ ମୟାଙ୍କ ଅଗ୍ରଓ୍ବାଲ ଭଲ ପ୍ରଦର୍ଶନ କରି ନ ଥିବା ବେଳେ ୨୧ ବଲ୍‌ରେ ୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସେହିଭଳି ଲିଭିଂଷ୍ଟୋନ ୭ବଲ୍‌ରେ ୧୯ ରନ୍‌ ଓ ବେୟାରଷ୍ଟୋ ୩ ବଲ୍‌ରେ ୬ରନ୍‌ କରି ଆଉଟ୍‌ ହୋଇଥିଲେ।