BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଏଥର ନୂଆ ଫର୍ମାଟରେ ଖେଳାଯିବ ଆଇପିଏଲ

ନୂଆଦିଲ୍ଲୀ,୨୫।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୫ଶ ସଂସ୍କରଣ ସମ୍ପୂର୍ଣ୍ଣ ଅଲଗା ହେବ। କାରଣ ଏହା ନୂଆ ଫର୍ମାଟରେ ଖେଳାଯିବ। ଏହି ଆଇପିଏଲ୍‌ରେ ୧୦ଟି ଟିମ ଭାଗ ନେବାକୁ ଥିବା ବେଳେ ସେଗୁଡ଼ିକୁ ଦୁଇ ଗ୍ରୁପ୍‌ରେ ଭାଗ କରାଯାଇଛି। ଏହାସତ୍ତ୍ୱେ ପ୍ରତ୍ୟେକ ଟିମ୍‌ ୧୪ ଲେଖାଏ ମ୍ୟାଚ ଖେଳିବ। ସେଥିମଧ୍ୟରୁ ପ୍ରତି ଟିମ୍‌ ଘରେ ୭ଟି ଓ ବାହାରେ ୭ଟି ମ୍ୟାଚ ଖେଳିବେ। ଶୁକ୍ରବାର ଏନେଇ ଘୋଷଣା କରାଯାଇଥିବା ବେଳେ ପ୍ଲେଅଫ୍‌ ଓ ଫାଇନାଲ ଭେନ୍ୟୁ ବିଷୟରେ ବିସିସିଆଇ ପରେ ଘୋଷଣା କରିବ।

୨୦୨୨ରେ ୧୦ଟି ଟିମ୍‌କୁ ୨ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଟିମ ରହିବେ। ଗ୍ରୁପ-ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌କୁ ରଖାଯାଇଛି। ସେହିପରି ଗ୍ରୁପ-ବି’ରେ ଚେନ୍ନାଇ ସୁପର୍‌ କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସକୁ ସ୍ଥାନ ମିଳିଛି। ନୂଆ ଘୋଷଣା ଅନୁଯାୟୀ ପ୍ରତ୍ୟେକ ଦଳ ନିଜ ଗ୍ରୁପ୍‌ର ପ୍ରତ୍ୟେକ ଟିମ୍‌ ସହ ୮ ମ୍ୟାଚ୍‌ ଖେଳିବେ। ଅବଶିଷ୍ଟ ୬ଟି ମ୍ୟାଚ୍‌ ସେ ଅନ୍ୟ ଗ୍ରୁପ୍‌ର ଟିମ୍‌ ସହ ଖେଳିବେ।

ପୂର୍ବ ସଂସ୍କରଣରେ ୮ ଟିମ୍‌ ଭାଗ ନେଇଥିଲେ। କରୋନା କାରଣରୁ ଗତ ଦୁଇବର୍ଷ ଧରି ଲିଗର ସମସ୍ତ ମ୍ୟାଚ୍‌ ଭାରତରେ ଖେଳାଯାଇ ନ ଥିଲା। ହେଲେ ବିସିସିଆଇ ଏହି ଲିଗ୍‌କୁ ଭାରତରେ କରିବାକୁ ପୂରା ପ୍ରସ୍ତୁତି କରିଛି। ଏଥର ଆଇପିଏଲ୍‌ରେ ମୋଟ ୭୪ଟି ମ୍ୟାଚ ଖେଳାଯିବ। ସେଥିମଧ୍ୟରୁ ୭୦ଟି ଲିଗ୍‌ ପର୍ଯ୍ୟାୟ ସହ ୪ଟି ପ୍ଲେଅଫ୍‌ ମ୍ୟାଚ ରହିଛି।

ଏଥର ଆଇପିଏଲ ପାଇଁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଅନୁମତି ମିଳିପାରେ। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସ ମୁତାବକ ଟୁର୍ନାମେଣ୍ଟ ଆରମ୍ଭରୁ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିପାରେ। ଏବେ କୋଭିଡ-୧୯ ସ୍ଥିତିରେ ନିୟନ୍ତ୍ରଣରେ ରହିଥିବା ବେଳେ ଆଗକୁ ଯଦି ସ୍ଥିତି ଆହୁରି ଭଲ ରୁହେ ତେବେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ।