BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମହାରାଷ୍ଟ୍ର ଓ ଗୁଜରାଟରେ ହେବ ସମସ୍ତ ଆଇପିଏଲ ମ୍ୟାଚ

ମୁମ୍ବାଇ,୩୦।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ପୂରା ସଂସ୍କରଣକୁ ମହାରାଷ୍ଟ୍ର ଓ ଗୁଜରାଟରେ ଆୟୋଜନ କରିବାକୁ ଯୋଜନା କରୁଛି ବିସିସିଆଇ। “ବର୍ତ୍ତମାନ ବୋର୍ଡ ସମସ୍ତ ଲିଗ୍‌ ମ୍ୟାଚ୍‌ ମହାରାଷ୍ଟ୍ରରେ ଆୟୋଜନ କରିବାକୁ ଚାହୁଁଛି। ଲିଗ୍‌ର ସମସ୍ତ ପ୍ଲେ-ଅଫ୍‌ସ ମ୍ୟାଚ୍‌ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିବାକୁ ବିଚାର ଚାଲିଛି” ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ମହାରାଷ୍ଟ୍ରରେ ୩ଟି ଭେନ୍ୟୁ ଥିବାରୁ ବିସିସିଆଇ ଏହି ରାଜ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଉଛି। ଓ୍ବାଙ୍ଖଡେ ଷ୍ଟାଡିୟମ, କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ (ସିସିଆଇ)ରେ ଥିବା ଡି ଓ୍ବାଇ ପାଟିଲ ଷ୍ଟାଡିୟମ ବ୍ୟତୀତ ପୁଣେ ପାଖରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ ରହିଛି। “ମୋର ବିଶ୍ୱାସ ଅଛି ଚଳିତ ବର୍ଷ ଆଇପିଏଲ ସିସିଆଇକୁ ଆସିବ। ଆମେ ଖୁସିର ସହ ଏହାକୁ ଆୟୋଜନ କରିବୁ” ବୋଲି ସିସିଆଇ ସଭାପତି ପ୍ରେମଲ ଉଦାନି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁରୁବାର ଆଇପିଏଲ୍‌ ଗଭର୍ନିଂ ବୈଠକ ବସିଥିଲା। ଏଥିରେ ଚଳିତ ବର୍ଷର ଆଇପିଏଲ ଭାରତରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲ। ଯଦି ଦେଶରେ କୋଭିଡ୍‌ ପରିସ୍ଥିତି ଅଣାୟତ ହୁଏ, ତେବେ ହିଁ ୟୁଏଇରେ ଆୟୋଜନ କରାଯିବ।