BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମୁମ୍ବାଇର ପ୍ଲେ ଅପ ଆଶା ଧୂଳିସାତ।

ଆବୁଧାବି,୮।୧୦: ଟସ୍‌ ଠାରୁ ଆରମ୍ଭ କରି ମ୍ୟାଚ୍‌ର ଫଳାଫଳ ପର୍ଯ୍ୟନ୍ତ ସବୁ କିଛି ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ତଥାପି ଆବଶ୍ୟକ ନେଟ୍‌ ରନରେଟ୍‌କୁ ହାସଲ କରି ପାରି ନାହିଁ ରୋହିତ ଶର୍ମାଙ୍କ ଦଳ। ମୁମ୍ବାଇ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ୪୨ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଦେଇଛି। କିନ୍ତୁ ମ୍ୟାଚ୍‌ର ଫଳାଫଳ ପ୍ଲେ-ଅପ୍‌ ଲାଇନ୍‌ ଉପରେ କୌଣସି ପ୍ରଭାବ ପକାଇପାରି ନାହିଁ।

ପ୍ରଥମେ ଦଳର ଆବଶ୍ୟକତା ଅନୁଯାୟୀ, ଟସ୍‌ ଜିତି ବ୍ୟାଟିଂ କରିଥିଲା ମୁମ୍ବାଇ। ଆରମ୍ଭରୁ ଇଶାନ କିଷନ ଓ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ଦଳର ଆବଶ୍ୟକତା ପୂରଣ ହୋଇଥିଲା। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରୋହିତ ଶର୍ମାଙ୍କ ଦଳ ୨୦ ଓଭରରେ ୨୩୫ ରନ୍‌ କରି ଦେଇଛି। ଫଳରେ ହାଇଦ୍ରାବାଦ୍‌ ଆଗରେ ଛିଡ଼ା ହୋଇଥିଲା ୨୩୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ।

ମାତ୍ର ବୋଲରମାନେ ପ୍ରତିପକ୍ଷ ହାଇଦ୍ରାବାଦ୍‌କୁ ୬୫ ରନ୍‌ ମଧ୍ୟରେ ଅଲଆଉଟ୍‌ କରିପାରି ନ ଥିଲେ। ଅଧିନାୟକ ମନୀଷ ପାଣ୍ଡେଙ୍କ ୬୯ ରନ୍‌ (୭ ଚୌକା ଓ ୨ ଛକା)ର ପାଳି ବଳରେ ହାଇଦ୍ରାବାଦ୍‌ ଶେଷ ପର୍ଯ୍ୟନ୍ତ ଖେଳି ୮ ଉଇକେଟ ହରାଇ ୧୯୩ ରନ୍‌ କରିଥିଲା। ଦଳ ପାଇଁ ଜାସନ ରୟ ୩୪ (୬ ଚୌକା) ଓ ଅଭିଷେକ ଶର୍ମା ୩୩ ( ୪ ଚୌକା ଓ ୧ ଛକା) ରନ୍‌ କରିଥିଲେ। ମୁମ୍ବାଇ ପକ୍ଷରୁ ଜେମ୍ସ ନିଶାମ, ନାଥନ କୁଲ୍ଟର ନାଇଲ ଓ ଯଶପ୍ରୀତ ବୁମରା ନେଇଥିଲେ ୨ ଲେଖାଏ ଉଇକେଟ।