BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମ୍ୟାଚ ଛଡାଇ ନେଲା ଆରସିବି।

ଅହମ୍ମଦାବାଦ,୨୭।୪ : ମ୍ୟାଚ ଛଡାଇ ନେଲା ଆରସିବି। ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ଥିଲା ୧୭୨ ରନ୍‌ର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର। ପ୍ରାରମ୍ଭିକ ବ୍ୟାଟିଂ ବିପଳତା ଯୋଗୁ ବିଜୟ ଲକ୍ଷ୍ୟ ହାସଲ କରିବା ଆହୁରି କଷ୍ଟକର ହୋଇଥିଲା। କିନ୍ତୁ ଶେଷ ଭଲ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ ଅଧିନାୟକ ରିଷଭ ପନ୍ତ ଓ ଶିମରନ ହେଟମେୟାର। ଅନ୍ତିମ ଓଭରରେ ଦିଲ୍ଲୀକୁ ଦରକାର ଥିଲା ୧୪ ରନ୍‌। ମାତ୍ର ମହମ୍ମଦ ସିରାଜ ପ୍ରଥମ ୪ ବଲରେ ମାତ୍ର ୪ ରନ୍‌ ଦେଇଥିଲେ। ଏଣୁ ଅନ୍ତିମ ଦୁଇ ବଲରେ ଦିଲ୍ଲୀକୁ ୧୦ ରନ୍‌ର ଆବଶ୍ୟକତା ଥାଏ। କିନ୍ତୁ ରିଷଭ ପନ୍ତ ଦୁଇଟି ଚୌକା ମାରିବାକୁ ସକ୍ଷମ ହୋଇଥିଲେ। ଫଳରେ ମାତ୍ର ୧ ରନ୍‌ରେ ମ୍ୟାଚ୍‌ ଜିତି ନେଇଛି ଆରସିବି।

ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୫ ଉଇକେଟ ହରାଇ ୧୭୧ ରନ୍‌ କରିପାରିଥିଲା। ଇନିଂସର ଅନ୍ତିମ ଓଭରରେ ମାର୍କସ ଷ୍ଟୋଇନିସଙ୍କୁ ୩ ଛକା ସହ ୨୩ ରନ୍‌ କରିଥିଲେ ଏବି ଡି’ ଭିଲର୍ସ। ତାହା ସାଜିଥିଲା ନିର୍ଣ୍ଣାୟକ। ମିଃ. ୩୬୦ ଡିଗ୍ରୀ ୪୨ ବଲରେ ଖେଳିଥିଲେ ବିସ୍ପୋରକ ୭୫ ରନ୍‌ର ଇନିଂସ। ପାଳିରେ ସାମିଲ ଥିଲା ୩ ଚୌକା ଓ ୫ ଛକା। ତାଙ୍କ ବ୍ୟତୀତ ରଜତ ପାଟିଦାର ୩୧ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ୨୫ ରନ୍‌ କରିଥିଲେ। ଜବାବରେ ୪୭ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା ଦିଲ୍ଲୀ। କିନ୍ତୁ ଆଶା ଛାଡ଼ି ନ ଥିଲେ ଅଧିନାୟ ପନ୍ତ (୫୮ ରନ୍‌, ୬ ଚୌକା) ଓ ହେଟମେୟାର (୫୩ ରନ୍‌, ୨ ଚୌକା ଓ ୪ ଛକା)। ହେଲେ ଦଳ ବିଜୟ ଲକ୍ଷ୍ୟଠାରୁ ମାତ୍ର ୨ ରନ୍‌ ଦୂରରେ ରହିଯାଇଥିଲା।