BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭାରତରେ ଏପ୍ରିଲ ୧୧ ରୁ ଆଇପିଏଲ ଆରମ୍ଭ।

ମୁମ୍ବାଇ,୧/୨(ବ୍ୟୁରୋ): ଏଥର ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ଭାରତରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଯୋଜନା ପ୍ରସ୍ତୁତ କରିଛି। ଆଇପିଏଲ୍‌ ପାଇଁ ବୋର୍ଡ ମୁମ୍ବାଇ ଓ ପୁଣେ ସହର ମଧ୍ୟରେ ୫ଟି ଭେନ୍ୟୁକୁ ଚୟନ କରିଛି। ଏହି ଭେନ୍ୟୁଗୁଡିକ ହେଲା ଓ୍ବାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ନ ଷ୍ଟାଡିୟମ, ଡିଓ୍ବାଇ ପାଟିଲ ଷ୍ଟାଡିୟମ, ନବି ମୁମ୍ବାଇର ରିଲାଏନ୍ସ କ୍ରିକେଟ ଷ୍ଟାଡିୟମ ଓ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଷ୍ଟାଡିୟମ। ସେହିପରି ମୋଟେରାସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ନକ୍‌ଆଉଟ୍‌ ଭଳି କେତୋଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଆୟୋଜନ ହେବାର ସମ୍ଭାବନା ରହିଛି।

ପେସାଦାର ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ଶ ସଂସ୍କରଣ ଟୁର୍ଣ୍ଣାମେଣ୍ଟର ତାରିଖ ଔପଚାରିକ ଭାବେ ଘୋଷଣା କରା ଯାଇନଥିବା ବେଳେ ବିସିସିଆଇ ମଧ୍ୟସ୍ଥ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ ୨୦୨୧ ବର୍ଷର ଆଇପିଏଲ୍‌ ଏପ୍ରିଲ ୧୧ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୫ କିମ୍ବା ୬ରେ ଉଦ୍‌ଯାପନ ହେବ। ଏପ୍ରିଲ ୧୧ରୁ ଆଇପିଏଲ୍‌-୧୪ ଆରମ୍ଭ ହେଲେ ଭାରତୀୟ ଖେଳାଳି ଆଇପିଏଲ୍‌ ପୂର୍ବରୁ କିଛିଦିନ ବିଶ୍ରାମ ପାଇବେ। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ମାର୍ଚ୍ଚ ୨୮ରେ ସମାପ୍ତ ହେବ। ଏହାସହ ବିସିସିଆଇ କହିଛି ଯେ ୨୦୨୧ ଆଇପିଏଲ୍‌ ସଂସ୍କରଣ ୟୁଏଇରେ ଆୟୋଜନ କରିବାକୁ କୌଣସି ଯୋଜନା ନାହିଁ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଶନିବାର କହିଥିଲେ।

କୋଭିଡ୍‌-୧୯ ମହାମାରୀ କାରଣରୁ ଗତଥର ଆଇପିଏଲ୍‌ ୬ ମାସ ବିଳମ୍ବରେ ଆରମ୍ଭ ହୋଇଥିଲା ଓ ଏହି ମେଗା ଇଭେଣ୍ଟକୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର କରାଯାଇଥିଲା।