ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ ଏହା ଜୀବନ ଜିଇଁବାର ଏକ ତରିକା
ପ୍ରଜ୍ଞା ବିହାର ପାର୍କ ଯୋଗ କେନ୍ଦ୍ର ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଭୁବନେଶ୍ୱର : ଯୋଗ ବିଜ୍ଞାନ ସଂସ୍ଥାନ, ପ୍ରଜ୍ଞା ବିହାର ପାର୍କ ଯୋଗ କେନ୍ଦ୍ର, ବରମୁଣ୍ଡା, ଭୁବନେଶ୍ଵରରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳିତ ହୋଇଯାଇଛି। ବିଜୁ ପଟ୍ଟନାୟକ ପାର୍କ, ଭୁବନେଶ୍ଵରର ଏକ ସବୁଜିମା ଘାସ କ୍ଷେତ୍ର ଉପରେ ଏକ ସୁନ୍ଦର ଶାନ୍ତ ପରିବେଶ ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳନ କରାଯାଇଛି।
୨୦୧୬ ମସିହା ଏପ୍ରିଲ ୧୬ ତାରିଖରେ ଜନ୍ମ ନେଇଥିବା ଏହି ଯୋଗ କେନ୍ଦ୍ର ତାର ଜନ୍ମ ବର୍ଷ ଠାରୁ ପ୍ରତି ବର୍ଷ ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରି ଆସୁଛି ଏବଂ ସମସ୍ତ ସାଧକ ସାଧିକାଙ୍କୁ ଏକ ଯୋଗ ସୂତ୍ରରେ ବାନ୍ଧି ରଖି ସୁସ୍ଥ ରଖିବାର ପ୍ରୟାସ ଜାରି ରଖିଛି। ଆମ ଯୋଗକେନ୍ଦ୍ରର ପ୍ରାଥମିକ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବର୍ତ୍ତମାନର ପରିବର୍ତ୍ତିତ ଓ ପ୍ରତିଯୋଗିତାମୟ ଦୁନିଆରେ ଯୋଗର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ।
ପ୍ରଜ୍ଞା ବିହାର ପାର୍କ ଯୋଗ କେନ୍ଦ୍ରର ଯୋଗ ଗୁରୁ ପ୍ରମୋଦ କୁମାର ସାହୁ ବାକ୍ତବ୍ୟ ରଖିଥିଲେ କି ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ ଏହା ଜୀବନ ଜିଇଁବାର ଏକ ତରିକା (it’s our Life Style)। ଯୋଗ ମାଧ୍ୟମରେ ଯଦି ଆମେ ନିଜକୁ ନିଜେ ଯୋଡ଼ି ପାରିବା ତେବେ ପୂର୍ଣ୍ଣ ରୂପେ ଓ ସଠିକ୍ ରୂପେ ଦୁନିଆ ସହିତ ଯୋଡ଼ି ହୋଇ ପାରିବା । ଆସନ୍ତୁ ଆଜିର ଦିନରେ ଶପଥ ନେବା ପ୍ରତ୍ୟହ ଯୋଗ କରିବା ଓ ସୁସ୍ଥ ରହିବା ।