BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସଂଯୋଗ ଆଲୋଚନା, ଓଡ଼ିଶାର ଶାସ୍ତ୍ରୀୟ ଏବଂ ଲୋକନୃତ୍ୟ ପରିବେଷଣ

"କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ ସଂଯୋଗ" ଶୀର୍ଷକ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଇନଷ୍ଟିଚ୍ଯୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ “କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ ସଂଯୋଗ” ଶୀର୍ଷକ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରାଯାଉଛି।

ସମ୍ମିଳନୀର ପ୍ରଥମ ଦିନରେ କଳିଙ୍ଗ (ବର୍ତ୍ତମାନର ଓଡ଼ିଶା) ଏବଂ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସଂଯୋଗ ଏବଂ ବିଶ୍ୱ ରାଜନୀତି ପଟଳରେ ଓଡ଼ିଶାର ଭୂମିକାକୁ ନେଇ ଦୁଇଟି ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଥିଲା। ଅଧିବେଶନରେ ଓଡ଼ିଶା ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ମଧ୍ୟରେ ରହିଥିବା କଳା ଓ ସାଂସ୍କୃତିକ ସାମଞ୍ଜସ୍ୟ, ଓଡ଼ିଶାର (କଳିଙ୍ଗ) ନୌବାଣିଜ୍ୟ ପରମ୍ପରା, ସାଧବ ପୁଅ ଏବଂ ବୋଇତ ବନ୍ଦାଣ ଉତ୍ସବ, ବାଲିଯାତ୍ରାର ସାଂସ୍କୃତିକ ଐତିହ୍ୟ ଓ ଏହାର ମହତ୍ତ୍ୱ, ଓଡ଼ିଶା ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ସାମାଜିକ, ସାଂସ୍କୃତିକ ଓ ସାହିତ୍ୟିକ ଭାବବିନିମୟ, ପ୍ରତ୍ନତାତ୍ତ୍ଵିକ ଖନନରୁ ପ୍ରତିପାଦିତ ହେଉଥିବା ସଂଯୋଗ, ବିଶ୍ୱ ରାଜନୈତିକ ପଟଳରେ ଓଡ଼ିଶାର ଭୂମିକା, ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ପର୍ଯ୍ୟଟନ କ୍ଷେତ୍ର, ଅର୍ଥନୈତିକ ବିକାଶ ଆଦି ସମ୍ବନ୍ଧରେ ଅଧିବେଶନରେ ଆଲୋଚନା କରାଯାଇଥିଲା।

ଉକ୍ତ ଅଧିବେଶନରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ପୂର୍ବତନ ବୈଦେଶିକ ସଚିବ ଶ୍ରୀ ଲଳିତ ମାନସିଂହ, ଇଣ୍ଡୋନେସିଆର ଶିକ୍ଷାବିତ୍‌ ଡ଼କ୍ଟର ନିଆ ଡେଲିଆନା, ନେପାଳ ବିଶ୍ୱବିଦ୍ୟାଳୟରୁ ଡ଼କ୍ଟର ଜନାର୍ଦ୍ଦନ ପାଉଦେଲ, କଲିକତା ବିଶ୍ୱ ବିଦ୍ୟାଳୟର ଡ଼. କୌଶିକ ଗଙ୍ଗୋପାଧ୍ୟାୟ, ଇଣ୍ଡୋନେସିଆ ଜେମ୍ବର ବିଶ୍ୱ ବିଦ୍ୟାଳୟର ଡ଼. ଅବୁବାକର, ମାଲେସିଆରୁ ଡ଼. ଶିବା ପେରସଗମ୍ ପ୍ରମୁଖ ଯୋଗଦେଇଥିଲେ।

“କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ ସଂଯୋଗ” ଶୀର୍ଷକ ଉପରେ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ଶାସ୍ତ୍ରୀୟ ଏବଂ ଲୋକନୃତ୍ୟ ପରିବେଷଣ କରାଯାଇଥିଲା