ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଆନ୍ତ ମହାବିଦ୍ୟାଳୟସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ
ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆନ୍ତ ମହାବିଦ୍ୟାଳୟସ୍ତରୀୟ ମହିଳା ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ ଉଦଘାଟନ କରିବା ସହ ଯୋଗର ମହତ୍ବ ସମ୍ବନ୍ଧରେ ପ୍ରତିଯୋଗୀମାନଙ୍କୁ ବୁଝାଇଥିଲେ। ଉଦଘାଟନୀ ସଭାରେ ବିଶ୍ବବିଦ୍ୟାଳୟ କ୍ରିଡା ପରିଷଦର ସଦସ୍ୟ ଡ଼କ୍ଟର ପ୍ରକାଶ ଚନ୍ଦ୍ର ପରିଛା ସ୍ବାଗତ ଭାଷଣ ଦେଇଥିଲେ।
ଏହି ପ୍ରତିଯୋଗିତାରେ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ୧୫ଗୋଟି ମହାବିଦ୍ୟାଳୟର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ, କଟକର ପ୍ରତିଯୋଗୀ ବିଜେତା ଅର୍ଥାତ ଚାମ୍ପିୟନ ହୋଇଥିଲାବେଳେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରତିଯୋଗୀ ଉପବିଜେତା ତଥା ରନରଅପ ହୋଇଥିଲେ। ଯୋଗଗୁରୁ ଡ଼କ୍ଟର ସୁଶୀଲ କୁମାର ପଟ୍ଟନାୟକ, ଶ୍ରୀମତୀ ଶାଶ୍ଵତୀ ପତି ଏବଂ ଜାତୀୟ ଯୋଗ ପ୍ରତିଯୋଗୀ ସମରକ ଦେ ପ୍ରତିଯୋଗିତା ପରିଚାଳନା କରିଥିଲେ।
ଉଦଯାପନୀ ସଭାରେ ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ସହ ପଦକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ଼କ୍ଟର ପ୍ରକାଶ ଚନ୍ଦ୍ର ପରିଛା ପରିଚାଳନା କରିଥିଲାବେଳେ କ୍ରୀଡା ପରିଷଦର ଉପନିର୍ଦେଶିକା ଡ଼କ୍ଟର ଇତିଶ୍ରୀ ଷଡ଼ଙ୍ଗୀ, କ୍ରୀଡା ପରିଷଦର ସଦସ୍ୟା ବିଆର, ଆଭା ଆୟୁଶ୍ରୀ, ଡ଼କ୍ଟର ସୋନାଲି ମହାପାତ୍ର, ରାମକୃଷ୍ଣ ବିନାୟକ ଏବଂ କ୍ରୀଡା ପ୍ରଶିକ୍ଷିକା ମିସ କୁନମୁନ ବେହେରା ସହାୟତା କରିଥିଲେ।