BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆନ୍ତଃମହାବିଦ୍ୟାଳୟସ୍ତରୀୟ ମହିଳା ଭଲିବଲ ପ୍ରତିଯୋଗିତା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରାଙ୍ଗଣରେ ଆନ୍ତ ମହାବିଦ୍ୟାଳୟସ୍ତରୀୟ ମହିଳା ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ ଉଦଘାଟନ କରିବା ସହ କ୍ରୀଡାର ମହତ୍ଵ ଓ ଜାତୀୟ ଶିକ୍ଷା ନୀତି-୨୦୨୦ ରେ ଥିବା କ୍ରୀଡା ସମ୍ବନ୍ଧୀୟ ତଥ୍ୟ ସମ୍ବନ୍ଧରେ ପ୍ରତିଯୋଗୀ ମାନଙ୍କୁ ବୁଝାଇଥିଲେ। ଉଦଘାଟନୀ ସଭାରେ ବିଶ୍ୱବିଦ୍ୟାଳୟ କ୍ରୀଡାପରିଷଦର ନିର୍ଦେଶିକା ଡ଼କ୍ଟର ଇତିଶ୍ରୀ ଷଡ଼ଙ୍ଗୀ ସ୍ବାଗତ ଭାଷଣ ଦେଇଥିଲେ।

ଏହି ପ୍ରତିଯୋଗିତାରେ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ୧୫ଗୋଟି ମହାବିଦ୍ୟାଳୟର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରତିଯୋଗୀ ବିଜେତା ଅର୍ଥାତ ଚାମ୍ପିୟନ ହୋଇଥିଲାବେଳେ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ, ପୁରୀର ପ୍ରତିଯୋଗୀ ଉପବିଜେତା ତଥା ରନରଅପ ହୋଇଥିଲେ। କ୍ରୀଡା ଶିକ୍ଷକ ଶ୍ରୀ ପ୍ରକାଶ ଲା ଲାଲା, ମଞ୍ଜୁସ୍ମିତା ବିଶ୍ବାଳ ଓ ଜାତୀୟସ୍ତରର ପୂର୍ବତନ ଖେଳାଳି ଅଂଶୁମାନ ଦାସ, ସତୀଶ ନାୟକ ଭାନୁପ୍ରତାପ ପରିଡା ପ୍ରତିଯୋଗିତା ପରିଚାଳନା କରିଥିଲେ।

ଉଦଯାପନୀ ସଭାରେ ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ କୃତି ପ୍ରତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ଼କ୍ଟର ପ୍ରକାଶ ଚନ୍ଦ୍ର ପରିଛା ପରିଚାଳନା କରିଥିଲାବେଳେ ଳେ କ୍ରୀଡା ଡା ପରିଷଦର ସଦସ୍ୟା ବିଆର. ଆଭା ଆୟୁଶ୍ରୀ ଏବଂ କ୍ରୀଡା ପ୍ରଶିକ୍ଷିକା ମିସ କୁନମୁନ ବେହେରା ସହାୟତା କରିଥିଲେ।