BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଲୋକାଭିମୁଖୀ ଶାସନର ଅଭିନବ ପ୍ରୟାସ ସାବ୍ୟସ୍ତ ହୋଇଛି ବିକାଶ ବାହନ, ଲୋକଙ୍କ ନିକଟକୁ ଯାଇ ଯୋଗାଇଛି ଜରୁରୀ ସେବା: ମନ୍ତ୍ରୀ ରବି ନାରାୟଣ ନାଏକ

ଭୁବନେଶ୍ୱର :  ଲୋକଙ୍କ ସ୍ବପ୍ନ ଓ ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ l ସେଥିପାଇଁ ଏକ ବର୍ଷ ମଧ୍ୟରେ ପ୍ରଣୀତ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମର ଲାଭ ଯେପରି ଜନସାଧାରଣ ପାଇ ପାରିବେ ସେଥିପ୍ରତି ମଧ୍ୟ ସରକାର ବେଶ ଯତ୍ନବାନ ଅଛନ୍ତି l ସେହି ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ସୂଚନା-ଶିକ୍ଷା-ସଂଚାର  ପାଇଁ ଉଦ୍ଦିଷ୍ଟ ବିକାଶ ବାହନ l ଜୁନ ୧୨ ତାରିଖରୁ ୩୧୯ଟି ବିକାଶ ବାହନ  ରାଜ୍ୟର ସମସ୍ତ ବ୍ଲକ ଓ ମହାନଗର ନିଗମରେ ପ୍ରାୟ ୧.୫ ଲକ୍ଷ କିମି ଯାତ୍ରାକରି  ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଓ ଅନେକ ଯୋଜନାର ହିତାଧିକାରୀଙ୍କୁ ସିଧାସଳଖ ଯୋଜନାର ଲାଭ ପହଞ୍ଚାଇପାରିଛି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ପ୍ରକାଶ କରିଛନ୍ତି l

ଏହି ବିକାଶ ବାହନ ଗୁଡିକ ରାଜ୍ୟର ସମସ୍ତ ୩୧୪ ବ୍ଲକ, ୧୧୫ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୫ ଟି ମହାନଗର ନିଗମରେ ଲୋକଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଓ ବିକାଶର ବାର୍ତ୍ତା  ପହଞ୍ଚାଇଛନ୍ତି l ଏହି ସୂଚନା- ଶିକ୍ଷା- ସଂଚାର ଆଧାରିତ ବିକାଶ ବାହନ ଗୁଡ଼ିକ ଦ୍ବାରା ୧୦ ଦିନ ଧରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅନ୍ତର୍ଗତ ଯୋଜନା ଗୁଡ଼ିକର ସୁଫଳ ଲୋକଙ୍କ ନିକଟରେ ସିଧା ସଳଖ ଭାବରେ ପହଞ୍ଚାଯାଇଥିଲା l

ଏହା ମାଧ୍ୟମରେ ଅନ୍ତ୍ଯୋଦୟ ଗୃହ ଯୋଜନା ଅଧୀନରେ ୪୫, ୯୩୩ କାର୍ଯ୍ଯାଦେଶ ବଣ୍ଟନ,  ୮୯୧୯୩ ଏମ୍ ଜିଏନ୍ଆର୍ ଇଜିଏ ଜବ୍ କାର୍ଡ ବଣ୍ଟନ,   ୪୭,୩୪୨ ରାସନ୍ କାର୍ଡ, CM- KISAN ରେ ୧, ୩୨, ୯୩୩ ଓ PM- KISAN ଅଧିନରେ ୯୯,୬୭୭ ହିତାଧିକାରୀଙ୍କୁ  ସାମିଲ କରାଯାଇଛି । ଏହି ସମୟ ମଧ୍ୟରେ ଏବିପିଏମ୍ ଜେଏୱାଇ ବୟ ବନ୍ଦନା ଯୋଜନା ଅଧୀନରେ  ୧,୪୯,୩୪୩ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ୧୩,୦୩୮ ଟି ବ୍ଯକ୍ତିଗତ ପଟ୍ଟା ଓ ୨୨୮୫ଟି ଗୋଷ୍ଠି ପଟ୍ଟା କରାଯାଇ ପାରିଛି । ଏକ୍ ପେଡ୍ ମାଁ କେ ନାମ୍ ରେ ୨,୮୩,୪୦୯ ଟି ଚାରା ରୋପଣ କରାଯାଇଛି । ୫୯,୬୯୭ ନୂତନ ହିତାଧିକାରୀଙ୍କୁ ଭତ୍ତା ଦିଆଯାଇଛି । ବିକାଶ ବାହନ ଗୁଡ଼ିକ ମାଧ୍ୟମରେ ୨୦୯୯୮ଟି ନୂତନ ଜନଧନ୍ ଆକାଉଣ୍ଟ ଖୋଲାଯାଇଛି , ୫୧୧୧୩ ହିତାଧିକାରୀଙ୍କ  ନୂତନ ଆଧାର୍ କାର୍ଡ ପଞ୍ଜୀକରଣ କରାଯାଇଛି l   ଲେବର୍ କାର୍ଡରେ ୨୬,୮୯୭ ନୂତନ ହିତାଧିକାରୀ, କିସାନ୍ କ୍ରେଡିଟ୍ କାର୍ଡରେ ୨୭,୧୯୪ ନୂତନ ହିତାଧିକାରୀ, ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନା ଅଧୀନରେ ୧୭,୦୬୬ ନୂତନ  ହିତାଧିକାରୀଙ୍କୁ ସାମିଲ କରାଯାଇପାରିଛି l

ଏହି ବିକାଶ ବାହନ   ମାଧ୍ୟମରେ ସରକାରୀ ଯୋଜନାର ହିତାଧିକାରୀ ଏବଂ ସମ୍ଭାବ୍ୟ ହିତାଧିକାରୀଙ୍କ ସହିତ ଆଲୋଚନା, ମତାମତ ସଂଗ୍ରହ  ଏବଂ ଅଭିଯୋଗ ସଂଗ୍ରହ ସହିତ ଅଭିଯୋଗର ତ୍ଵରିତ ସମାଧାନ ପାଇଁ ପ୍ରଚେଷ୍ଟା   କରାଯାଇଥିଲା ।  ଏହା ସହ ବିକାଶ ବାହନ ଯୋଗେ ଡାଏରିଆଜନିତ ସଚେତନତା ବାର୍ତ୍ତା ମଧ୍ୟ ସମସ୍ତ ପଞ୍ଚାୟତକୁ ପହଞ୍ଚା ଯାଇ ପାରିଥିଲା l   ସମସ୍ତ ବିକାଶ ବାହନର ଗତିପଥ ଓ କାର୍ଯ୍ୟ ଉପରେ   ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମୁଖ୍ୟାଳୟରୁ ଦୃଷ୍ଟି ରଖାଯାଇଥିଲା l  ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ସହ ସରକାରୀ ସେବା ଗୁଡିକୁ ଲୋକଙ୍କ ନିକଟକୁ ପହଞ୍ଚାଇବାର ସଂକଳ୍ପ ଓ ବିକାଶର ବାର୍ତ୍ତା  ବିକାଶ ବାହନ ସୁଶାସନର ଏକ ଅଭିନବ ପ୍ରୟାସ  ସାବ୍ୟସ୍ତ ହୋଇଛି ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି  l