BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସୀମାପାର ଆତଙ୍କବାଦ ବନ୍ଦ ନ ହେବା ଯାଏଁ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେରେ ବସିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ଏହି ଆକ୍ରମଣରେ ୯ ଜଣ ଆତଙ୍କବାଦୀଙ୍କ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏକ ବଡ଼ ବୟାନ ଦେଇଛନ୍ତି।

ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଦେଶରେ ଆତଙ୍କବାଦୀ ଭିତ୍ତିଭୂମି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିବ। ଏହା ସହିତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ନିଷ୍ପତ୍ତି ଉପରେ କହିଛନ୍ତି ଯେ ବର୍ତ୍ତମାନ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିଛି ଏବଂ ଯେପର୍ଯ୍ୟନ୍ତ ପାକିସ୍ତାନ ଦ୍ୱାରା ସୀମାପାର ଆତଙ୍କବାଦକୁ ବନ୍ଦ ନକରାଯାଏ ସେପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ।ତେବେ କାଶ୍ମୀର ଉପରେ ଆଲୋଚନା ପାଇଁ ଏକମାତ୍ର ପ୍ରସଙ୍ଗ ହେଉଛି ପାକିସ୍ତାନ ଅଧିକୃତ କାଶ୍ମୀର। ଆଉ ଆମେ ସେହି ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ପାକିସ୍ତାନ ସହିତ ଆମର ସମ୍ପର୍କ ଏବଂ କାରବାର ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ହେବ ବୋଲି ସେ କହିଛନ୍ତି।