ଭୁବନେଶ୍ୱର: ଟୋଙ୍ଗ-ଇଲ୍-ମୁଁ-ଡୁ ଫେଡ୍ରେସନ ଇଣ୍ଡିଆ ପକ୍ଷରୁ ପଞ୍ଜାବର ଅମୃତସହର ଠାରେ ଅନୁଷ୍ଠିତ ଇଣ୍ଡୋ-ନେପାଳ ଟୋଙ୍ଗ-ଇଲ୍-ମୁଁ-ଡୁ ଚାମ୍ପିଅନ୍ସିପରେ ଓଡିଶାର ପ୍ରତିଯୋଗୀମାନେ ୧୫ ଟି ସ୍ୱର୍ଣ୍ଣ, ୮ ଟି ରୌପ୍ୟ ଓ ୩ ଟି କାଂସ୍ୟ ପଦକ ଜତିଛନ୍ତି। ଓଡିଶା ଟିମ୍ ଭୁବନେଶ୍ୱରେ ପହଞ୍ଚିବା ପରେ ସମସ୍ତଙ୍କୁ ବିପୁଳ ସ୍ୱାଗତ କରାଯାଇଛି। ଏହି ଚାମ୍ପିଅନ୍ସିପ ୨ ରୁ ଆରମ୍ଭ ହୋଇ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଓଡିଶାରୁ ୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ଓଡିଶାର ପ୍ରତିଯୋଗୀମାନେ ତିନି ଦିନ ଧରି ଉନ୍ନତ ଖେଳ ପ୍ରଦର୍ଶନ କରି ୧୫ ଟି ସ୍ୱର୍ଣ୍ଣ, ୮ ଟି ରୌପ୍ୟ ଓ ୩ ଟି କାଂସ୍ୟ ପଦକ ହାତେଇ ଥିଲେ। ଓଡିଶା ପାଇଁ କୃତିତ୍ୱ ଆଣିଥିବାରୁ ଓଡିଶା ଆସୋସିଏସନର ସଭାପତି ବୀର କିଶୋର ଦେବ, ଚେୟାରମ୍ୟାନ ରବି ନାରାୟଣ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।