BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦୌଡ଼କୁଦ ପ୍ରତିଯୋଗିତା : ଜାତୀୟ ସ୍ତରରେ ଚମକ ଦେଖାଇଲେ ଶ୍ରାବଣୀ ନନ୍ଦ ଓ ଅମିୟ ମଲ୍ଲିକ

ଭୁବନେଶ୍ବର: ପୁଣି ଥରେ ଜାତୀୟ ସ୍ତରରେ ଚମକ ଦେଖାଇଛନ୍ତି ଓଡ଼ିଶାର ଅଭିଜ୍ଞ ଧାବକ ଧାବିକା ଅମିୟ ମଲ୍ଲିକ ଓ ଶ୍ରାବଣୀ ନନ୍ଦ। ରାଞ୍ଚିରେ ଅନୁଷ୍ଠିତ ତୃତୀୟ ଇଣ୍ଡିଆନ୍ ଓପନ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ଅମିୟ ମଲ୍ଲିକ ପ୍ରଥମ ସ୍ଥାନ ଦଖଲ କରି ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ ଦୁଇଟି ବର୍ଗରେ ବିଜୟିନୀ ହୋଇ ଦ୍ବିମୁକୁଟ ଅର୍ଜନ କରିଛନ୍ତି।

୩୨ ବର୍ଷୀୟ ଅମିୟ ୧୦୦ ମିଟର ପୁରୁଷ ଦୌଡ଼ରେ ଚମତ୍କାର ସମୟ ୧୦.୬୬ ‌ସେକେଣ୍ଡ୍‌ ନେଇ ପ୍ରଥମ ସ୍ଥାନ ଦଖଲ କରିଥିଲେ। ଅନ୍ୟତମ ଓଡ଼ିଆ ପୁଅ ଅବିନାଶ ସାହୁ ୧୦.୭୧ ସେକେଣ୍ଡ୍‌ ସମୟ ସହ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ହରିୟାଣାର ଧରମବୀର (୧୦.୭୪ ସେକେଣ୍ଡ୍‌) ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ପୁରୁଷ ୨୦୦ ମିଟର୍‌ ‌ଦୌଡ଼ରେ ଓଡ଼ିଶାର ଆସ୍ତିକ ପ୍ରଧାନ (୨୧.୭୮ ସେକେଣ୍ଡ୍‌) ଦ୍ବିତୀୟ ସ୍ଥାନ ଦଖଲ କରିଥିଲେ। ଦିଲ୍ଲୀର ରାଜା ବାବୁ ଆଲାମ (୨୧.୬୩ ‌ସେକେଣ୍ଡ୍‌) ଓ ବିହାରର ଅର୍ଜିତ କୁମାର ୟାଦବ (୨୨.୦୫ ସେକେଣ୍ଡ୍‌) ଯଥାକ୍ରମେ ପ୍ରଥମ ଓ ତୃତୀୟରେ ରହିଥିଲେ। ପୁରୁଷ ବର୍ଗର ୧୫୦୦ ମିଟର୍‌ ଦୌଡ଼ରେ ଅଶୋକ ଦଣ୍ଡସେନା (୩:୫୩.୦୭ ମିନିଟ୍‌) ପ୍ରଥମ ସ୍ଥାନ ଦଖଲ କରି ଓଡ଼ିଶା ପାଇଁ ଆଉ ଏକ‌ ଗୌରବ ମଧ୍ୟ ଆଣିଛନ୍ତି।

ମହିଳା ବିଭାଗରେ ଶ୍ରାବଣୀ ନନ୍ଦ ୧୦୦ ମିଟର୍‌ ଦୌଡ଼ରେ ୧୨.୩୩ ସେକେଣ୍ଡ୍‌ ଏବଂ ୨୦୦ ମିଟର୍‌ ଦୌଡ଼ରେ ୨୪.୭୫ ସେକେଣ୍ଡ୍‌ ସମୟ ନେଇ ଶୀର୍ଷରେ ରହିଥିଲେ। ୧୦୦ ମିଟର୍‌ରେ ଦିଲ୍ଲୀର ଜ୍ୟୋତି (୧୨.୮୬ ସେକେଣ୍ଡ୍) ଦ୍ବିତୀୟ ଏବଂ ଓଡ଼ିଶାର ସୁଖି ବାସ୍କେ (୩:୫୩.୦୭) ତୃତୀୟ ସ୍ଥାନ‌ରେ ରହିଥିଲେ। ଏଥି ସହ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ୪ଟି ପ୍ରଥମ ସ୍ଥାନ ଏବଂ ଗୋଟିଏ ଲେଖାଏଁ ଦ୍ବିତୀୟ ଓ ତୃତୀୟ ସ୍ଥାନ ସଫଳତା ମିଳିଛି। ବର୍ଷା ପାଇଁ ଗୁରୁବାର ପ୍ରାୟ ଦୁଇ ଘଣ୍ଟା ପ୍ରତିଯୋଗିତା ବନ୍ଦ ରହିବା ପରେ ଓଡ଼ିଶା ଖେଳାଳିମାନେ ବି ଚମତ୍କାର ଭାବେ ଦିନକୁ ଶେଷ କରିଛନ୍ତି। ଏକଦା ଜାତୀୟ ରେକର୍ଡ (୧୦.୨୬ ସେକେଣ୍ଡ୍) କରିଥିବା ଅମିୟ ୨୦୨୩ ପରେ ପ୍ରତ୍ୟାବର୍ତ୍ତନ କରି ଭାରତର‌ ଶ୍ରେଷ୍ଠ ଧାବକ ହୋଇଛନ୍ତି।