BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଭାରତୀୟ ପ୍ରଶାସନିକ ସେବାର ପ୍ରୋବେସନର ଅଧିକାରୀ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଆଜି ଭାରତୀୟ ପ୍ରଶାସନିକ ସେବାର ଓଡ଼ିଶା କ୍ୟାଡରର ପ୍ରୋବେସନର ଅଧିକାରୀମାନେ ସାକ୍ଷାତ କରିଛନ୍ତି । ଲୋକସେବା ଭବନସ୍ଥିତ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ୨୦୨୪ ବ୍ୟାଚ୍‌ର ଏହି ଅଧିକାରୀମାନେ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲେ । ପ୍ରଶାସନିକ ବ୍ୟବସ୍ଥାର ବିଭିନ୍ନ ଢାଞ୍ଚା, କାର୍ଯ୍ୟକାରୀ ହେଉଥିବା ଯୋଜନା, କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ ସଂପର୍କରେ ଶ୍ରୀ ଆହୁଜା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ରାଜ୍ୟର କଳା, ସଂସ୍କୃତି, ଭାଷା-ସାହିତ୍ୟ, ଭାସ୍କର୍ଯ୍ୟ ଆଦି ସଂପର୍କରେ ଜାଣିବାର ନିତାନ୍ତ ଆବଶ୍ୟକତା ରହିଛି । ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ ପ୍ରଗତି ହାସଲ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ଅନେକ ରାଜ୍ୟ ତୁଳନାରେ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଥିବା ସେ ସୂଚନା ଦେଇଥିଲେ । ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ନୂତନ ଅଧିକାରୀମାନେ କାର୍ଯ୍ୟ କରିବା ଉଚିତ । ଏଥି ସହିତ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ସଚେତନ ରହି ସାମାଜିକ ଦାୟିତ୍ୱବୋଧ ଓ କର୍ତ୍ତବ୍ୟପରାୟଣତାର ପ୍ରଦର୍ଶନ କରିବାକୁ ସେ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ । କୃତ୍ରିମ ବୁଦ୍ଧିମତ୍ତା ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ବିଭିନ୍ନ ସମସ୍ୟାର ସମାଧାନ ଓ ଧାର୍ଯ୍ୟ ଲକ୍ଷ୍ୟ ହାସଲ ଦିଗରେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ ।

ତୃଣମୂଳ ସ୍ତରକୁ ଅଧିକାରୀ ଭାବେ ନୁହେଁ ବରଂ ସାଧାରଣ ଲୋକ ଭାବେ ଅଙ୍ଗନବାଡ଼ି କେନ୍ଦ୍ର, ବିଭିନ୍ନ ବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସର୍ବସାଧାରଣ ବ୍ୟବହାର କରୁଥିବା ସେବା ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ଓ ସାମାଜିକ ବିଧିବ୍ୟବସ୍ଥା ସଂପର୍କରେ ଅବଗତ ହୋଇପାରିଲେ ନିଜ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାରେ ସହାୟକ ହେବ । ଏତଦ୍‌ବ୍ୟତୀତ, ଅଧିକାରୀମାନଙ୍କର ଓଡ଼ିଶା ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଓଡ଼ିଶା ଆଜି ଶିଳ୍ପ, ବୟନ, କୃଷି, ଅକ୍ଷୟ ଶକ୍ତି ଆଦି କ୍ଷେତ୍ରରେ ଅଗ୍ରସର ହେଉଥିବାରୁ ଏହି ଧାରାରେ କାର୍ଯ୍ୟ କରିବା ପାଇଁ ଶ୍ରୀ ଆହୁଜା ପରାମର୍ଶ ଦେଇଥିଲେ ।

ଏହା ପୂର୍ବରୁ ଉକ୍ତ ଅଧିକାରୀମାନେ ଉନ୍ନୟନ କମିଶନର ଶ୍ରୀ ଅନୁ ଗର୍ଗଙ୍କୁ ମଧ୍ୟ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲେ । ରାଜ୍ୟରେ ଗରିବୀ ହାରରେ ଦ୍ରୁତ ହ୍ରାସ ହେବା ସହ ବର୍ତ୍ତମାନ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ର ପାଇଁ ବଜେଟରେ ଅଧିକ ଆର୍ଥିକ ବ୍ୟୟବରାଦ କରାଯାଉଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ । ପ୍ରତ୍ୟେକ ମୁହୂର୍ତ୍ତରେ ଶିଖିବାର ମାନସିକତା ରଖିବା ସହ କାର୍ଯ୍ୟକ୍ଷେତ୍ରରେ ସନ୍ତୁଳିତ ଭାବେ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଗୋପବନ୍ଧୁ ଏକାଡେମୀର ଏଡିଜି ଶ୍ରୀ ମନିଷ ଅଗ୍ରୱାଲ ଉପସ୍ଥିତ ଥିଲେ । ଉକ୍ତ ଅଧିକାରୀମାନେ ଗୋପବନ୍ଧୁ ଏକାଡେମୀରେ ତାଲିମ ନେବା ସହ ବିଭିନ୍ନ ଜିଲ୍ଲାରେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ହାସଲ କରୁଛନ୍ତି ।