BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବ୍ରହ୍ମୋସର ସଫଳ ପରୀକ୍ଷଣ

କୋଲକାତା : ଭାରତ ଲଗାତର ଭାବେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଚାଇନା ଏବଂ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭାରତ ନିଜର କ୍ଷେପଣାସ୍ତ୍ର କ୍ଷମତାକୁ ଉନ୍ନତ କରିବାରେ ଲାଗିପଡ଼ିଛି। ଇତିମଧ୍ୟରେ ଭାରତୀୟ ବାୟୁସେନା ସଫଳତାର ସହ ବ୍ରହ୍ମୋସ ଏୟାର-ଲଞ୍ଚ ହୋଇଥିବା କ୍ଷେପଣାସ୍ତ୍ରର ଏକ୍ସଟେଣ୍ଡେଡ୍‌ ରେଞ୍ଜ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ପଶ୍ଚିମବଙ୍ଗର ଖାଡିରେ ଥିବା ଏସ୍‌ୟୁ-୩୦ ଏମ୍‌କେଆଇ ବିମାନରୁ ଲକ୍ଷ୍ୟକୁ ସଠି୍‌କ ଭାବେ ଆଘାତ କରି ମିଶନ ଉଦ୍ଦେଶ୍ୟକୁ ହାସଲ କରିଛି। ସୁଖୋଇ ବିମାନରୁ ଉତ୍‌କ୍ଷେପଣ ଯୋଜନା ଅନୁଯାୟୀ ହୋଇଥିଲା ଏବଂ ଏହି କ୍ଷେପଣାସ୍ତ୍ର ସିଧାସଳଖ ବଙ୍ଗୋପସାଗର ଖାଡି ଅଞ୍ଚଳରେ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା। ଏହି କ୍ଷେପଣାସ୍ତ୍ର ଆଣ୍ଟି-ଶିପ୍‌ ଭାରିଆଣ୍ଟର ହୋଇଥିବା ବେଳେ ସୁଖୋଇରୁ ଏହି କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇ ବଙ୍ଗୋପସାଗରରେ ଥିବା ଏକ ଜାହାଜକୁ ଟାର୍ଗେଟ କରାଯାଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ୪୦୦କିଲୋମିଟର ପର୍ଯ୍ୟନ୍ତ ରହିଛି ବୋଲି ଗୁରୁବାର ବାୟୁସେନା ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।