BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରୋଜାଲିନ ପାଟ୍ଟଶାଣୀଙ୍କୁ ପ୍ରୋମିସିଂ ଇଣ୍ଡିଆନ୍ ଆୱାର୍ଡ

ଭୁବନେଶ୍ୱର: ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଡ. ରୋଜାଲିନ ପାଟ୍ଟଶାଣୀଙ୍କୁ ପ୍ରୋମିସିଂ ଇଣ୍ଡିଆନ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ସାମାଜିକ ଉଦ୍ୟୋଗ ତଥା ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା ।
ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜମିରୁଦ୍ଦିନ ଶାହ, ବ୍ରିକ୍ସ ଚାମ୍ବର ଅଫ କମର୍ସର ଡିଜି ଡ.ବିବିଏଲ୍ ମଧୁକର, ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ(ଏସଟିପିଆଇ) ଡିଜି ଅରବିନ୍ଦ କୁମାର ଓ ନୋଇଡା ଫିଲ୍ମ ସିଟି ପ୍ରତିଷ୍ଠାତା ସନ୍ଦୀପ ମାରୱା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ପାଟ୍ଟଶାଣୀଙ୍କୁ ପୁରସ୍କୃତ କରିଥିଲେ । ବିଶ୍ୱପ୍ରସିଦ୍ଧ ଷ୍ଟାଣ୍ଡଅପ କମେଡିଆନ୍ ପାପା ସିଜେଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି । ୧୨ଟି ବିଭାଗରେ ଦିଆଯାଇଥିବା ପୁରସ୍କାର ପାଇଁ ପ୍ରାୟ ୬୦୦ ଆବେଦନ ଆସିଥିଲା । ପ୍ରୋମିସିଂ ଇଣ୍ଡିଆନ ସୋସାଇଟି ସଭାପତି ପ୍ରେରଣା ସିଂହଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଗତ ସପ୍ତାହରେ ନ୍ୟାସନାଲ କ୍ୟାରିୟର କାଉନସେଲିଂ ସେଣ୍ଟର ପକ୍ଷରୁ ଶ୍ରୀମତୀ ପାଟ୍ଟଶାଣୀଙ୍କୁ ଏକ୍ସିଲେନ୍ସି ଆୱାର୍ଡ ପ୍ରଦାନ କରାଯାଇଥିଲା ।