BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧୭ ତୋପ ସଲାମି ସହ ପଞ୍ଚଭୂତରେ ବିଲୀନ

ନୂଆଦିଲ୍ଲୀ,୧୦ ।୧୨: ପଞ୍ଚଭୂତରେ ବିଲିନ ହୋଇଛି ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର । ରାଜଧାନୀ ଦିଲ୍ଲୀର ବରାର ସ୍କୋୟାରରେ ରାଜକୀୟ ଢଙ୍ଗରେ ୧୭ ତୋପ ସଲାମି ସହ ବିଦାୟ ନେଇଛନ୍ତି ଦେଶବାସୀଙ୍କ ପ୍ରିୟ ତଥା ଭାରତ ମାତର ସୁଯୋଗ୍ୟ ସନ୍ତାନ ଜେନେରାଲ ବିପିନ ରାୱତ । ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟାରେ ହିନ୍ଦୁ ରିତୀନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ୩ ସେନା ମୁଖ୍ୟ ଓ ବହୁ ରାଜନେତା ରାୱତଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବା ପରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । କେବଳ ଦେଶ ନୁହେଁ ବହୁ ବିଦେଶୀ ଅତିଥି ବି ଲୁହ ଭରା ଆଖିରେ ବିଦାୟ ଦେଇଛନ୍ତି ଜେନେରାଲଙ୍କୁ । ତାଙ୍କର ଦୁଇ ଝିଅ କୃତିକା ଓ ତାରିଣି ମୁଖାଗ୍ନି ଦେବା ସହ ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ । ଗୋଟିଏ ଜୁଇରେ ଜଳିଲା ରାୱତ ଦମ୍ପତିଙ୍କ ପାର୍ଥିବ ଶରୀର । ଏବେ ଇତିହାସ ପୃଷ୍ଠାରେ ଦେଶର ପ୍ରଥମ ସିଡିଏସ୍ ।