BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଭାରତୀୟ ବାୟୁ ସେନାରେ ସାମିଲ ହେବ ଏଇଏସଏ

ଭାରତ ହେବ ବିଶ୍ବର ଶକ୍ତିଶାଳୀ ଦେଶ

ନୂଆଦିଲ୍ଲୀ,୮।୧୨: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ହେବାକୁ ଯାଉଛି। ସ୍ବଦେଶୀ ଭାବେ ବିକଶିତ ରାଡାର – ଆକ୍ଟିଭ ଇଲେକ୍ଟ୍ରୋନିକ ସ୍କାନ (ଏଇଏସ୍‌ଏ)ର ସାମିଲ କରିବା ଲାଗି ବାୟୁସେନା ପ୍ରସ୍ତୁତ ହେଉଛି। ବାୟୁସେନାରେ ରାଡାର ସାମିଲ ହେବା ଦ୍ୱାରା, ଭାରତ ପୃଥିବୀର ଶକ୍ତିଶାଳୀ ଦେଶ ମଧ୍ୟରେ ନିଜର ଉପସ୍ଥିତିି ଜାହିର କରିବାକୁ ସକ୍ଷମ ହେବ।

ଆମେରିକା, ୟୁରୋପୀୟ ସଂଘ, ଇସ୍ରାଏଲ ଏବଂ ଚାଇନା ପାଖରେ  ଫୋର୍ସ ମଲ୍ଟିପାୟର୍‌ ଏଇଏସ୍‌ଏ ରାଡାର ରହିଛି।

ଏହା ଇଲେକ୍ଟ୍ରୋନିକ ଯୁଦ୍ଧ, ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଗାଇଡେଡ୍‌ ଗୋଳବାରୁଦର ମୁକାବିଲା କରିବାରେ ସକ୍ଷମ। ଇଲେକ୍ଟ୍ରୋନିକ୍ସ ଏବଂ ରାଡାର ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଏଲଆରଡିଇ)ର ପ୍ରୋଜେକ୍ଟ ନିର୍ଦ୍ଦେଶକ, ଡି ଶେଷଗିରି ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏଇଏସ୍‌ଏ ରାଡାର ୯୫ ପ୍ରତିଶତ ସ୍ବଦେଶୀ। ଏହାର କେବଳ ଗୋଟିଏ ଆମଦାନୀ ହୋଇଥିବା ସବ୍‌ ସିଷ୍ଟମ ରହିଛି।

ଏହା ୧୦୦ କିଲୋମିଟରରୁ ଅଧିକ ଆକାଶ ମାର୍ଗରେ ୫୦ଟି ଟାର୍ଗେଟକୁ ଟ୍ରାକ କରିବାକୁ ସକ୍ଷମ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବାୟୁସେନାର ତେଜସର ସମସ୍ତ ୮୩ଟି ଯୁଦ୍ଧ ବିମାନରେ ଏହି ରାଡାରକୁ ସାମିଲ କରାଯିବ।

ଏରୋନେଟିକାଲ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ଦ୍ୱାରା ବିକଶିତ ଭବିଷ୍ୟତର ଟୁଇନ-ଇଞ୍ଜିନ ଏଏମସିଏ ଯୁଦ୍ଧବିମାନରେ ମଧ୍ୟ ଏହି ରାଡାର ରହିବ। ଶେଷଗିରିଙ୍କ ଅନୁଯାୟୀ, ଏଇଏସ୍‌ଏ ରାଡାରକୁ ସୁଖୋଇ-୩୦ ଏମକେଆଇ ବିମାନର ରାଡାର କୋନ୍‌ ସହିତ ମିଗ-୨୯ କେ ଯୁଦ୍ଧବିମାନରେ ମଧ୍ୟ ଲଗାଯିବ। ସେ କହିଛନ୍ତି, ରିପୋର୍ଟ ଅନୁଯାୟୀ, ଏଲଆରଡିଇ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ସହିତ ତେଜସ ଏମ୍‌କେ ଆଇଏରେ ରାଡାରର ପ୍ରମୁଖ ଇଣ୍ଟିଗ୍ରେଟର ହେବା ପାଇଁ ଚୁକ୍ତି ସ୍ବାକ୍ଷର କରିଛି।

ଚଳିତ ମାସରେ ରାଡାର ଏକ ବିମାନରେ ପ୍ରଦର୍ଶିତ ହେବ। ଏପର୍ଯ୍ୟନ୍ତ ଆମେରିକା, ୟୁରୋପୀୟ ସଂଘ, ଇସ୍ରାଏଲ ଏବଂ ଚାଇନା ପାଖରେ ଏଇଏସ୍‌ଏ ରାଡାର କ୍ଷମତା ରହିଛି। ଏବେ ଭାରତ ଏହି ତାଲିକାରେ ଯୋଗଦେବ।